Uncategorized

ଗାଡି ଓଲଟି ୧୨ ମୃତ

ନାଗପୁର: ମହାରାଷ୍ଟ୍ରରେ ଏକ ମିନି ଟ୍ରକ ଓଲଟି ୧୨ ଜଣଙ୍କ ମୃତ୍ୟୁ । ସମସ୍ତ ମୃତକ ଶ୍ରମିକ ଶ୍ରେଣୀର । ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏକ ନିର୍ମାଣାଧୀନ ରାଜପଥ ପ୍ରକଳ୍ପରେ କାର୍ୟ୍ୟ କରିବାକୁ ଶ୍ରମିକମାନେ ମିନି ଟ୍ରକରେ ବସି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅନ୍ୟ ଅନ୍ୟ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ମଧ୍ୟାହ୍ନରେ ରାଜପଥ ପ୍ରକଳ୍ପ କାର୍ଯ୍ୟ କରିବାକୁ ମିନି ଟ୍ରକରେ ୧୬ ଜଣ ଯାଉଥିଲେ । ଦୁସରବିଦ୍ ଗାଁ ନିକଟ ତାଡେଗାଓଁଠାରେ ହଠାତ୍ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଗାଡିଟି ଓଲଟି ପଡିଥିଲା । ମୃତ ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶ ଓ ବିହାର ହୋଇଥିବା ଅଧିକାରିକ ସୂତ୍ରରୁ ଜଣାପଡିଛି ।

 

Related posts

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews

୭୯ ବର୍ଷ ବୟସରେ ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

mahabharatanews

ସିଏଏ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କଟନ ୟୁନିଭରସିଟିର ବିକ୍ଷୋଭ

mahabharatanews