Uncategorized

ସିଏଏ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କଟନ ୟୁନିଭରସିଟିର ବିକ୍ଷୋଭ

(ଗୌହାଟୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରି ସୁପ୍ରିମକୋର୍ଟ ଆଗାମୀ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଜବାବ ତଲବ କରିଥିବା ବେଳେ ଏହାକୁ ନେଇ ଗୌହାଟୀରେ ବିରୋଧ କରାଯାଇଛି । କୋର୍ଟଙ୍କ ଏଭଳି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ସ୍ଥାନୀୟ କଟନ ୟୁନିଭରସିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଏଏକୁ ବିରୋଧ କରି ଦାଖଲ କୋର୍ଟରେ ୧୪୪ଟି ଆବେଦନ ଦାଖଲ ହୋଇଥିଲା । ଏଗୁଡିକ ସପକ୍ଷରେ ଯୁକ୍ତି ବାଢିବା ସହ ଏହି ଆଇନ ଉପରେ ରୋକ ଲଗାଇବା ଲାଗି କହିଥିଲେ । ତେବେ କେବଳ ଗୋଟିଏ ପକ୍ଷଙ୍କ ଯୁକ୍ତି ଶୁଣି ଏଭଳି କରାଯାଇପାରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିବା ପରେ କୋର୍ଟ ନିଷ୍ପତ୍ତି ନେବେ ବୋଲି ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ । ସମସ୍ତ ଆବେଦନର ଶୁଣାଣି ଭିନ୍ନ ଭିନ୍ନ ବର୍ଗରେ କରାଯିବ । ସିଏଏକୁ ନେଇ କରାଯାଇଥିବା ଆବେଦନଗୁଡିକର ଶୁଣାଣି ସାମ୍ବିଧାନିକ ପୀଠ ଗଠନ ପରେ ହେବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବୋବଡେଙ୍କ ସମେତ ଜଷ୍ଟିସ ଏସ ଅବଦୁଲ ନଜୀର ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ବୁଧବାର ଏହି ମାମଲାର ଶୁଣାଣି କରିଥିଲେ ।

Related posts

ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ରୁଷଠାରୁ ଭେଣ୍ଟିଲେଟର କିଣିବ ଆମେରିକା

mahabharatanews

ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews