ଓଡିଶା

ଏମ୍‌ସରେ ଗରିବ ପାଇବେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର: କରୋନା କାଳରେ ସମ୍ମୁଖକୁ ଆସିଲା ଇକମୋ ଚିକିତ୍ସା । ତେବେ ଏହି ଚିକିତ୍ସା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଭୁବନେଶ୍ୱର ଏମ୍ସରେ ମାଗଣାରେ ଇକ୍ମୋ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟୟବହୁଳ ଚିକିତ୍ସା ସୁବିଧା ରାଜ୍ୟରେ ରାସନକାର୍ଡ଼ ଧାରୀ ଓ ଗରିବ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ମହାନ୍ତି କହିଛନ୍ତି, କୌଣସି ଗରିବ ଲୋକ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସ।। ଯେ।ଗାଇ ଦିଆଯିବ ।
ଗୁରୁତର କରୋନା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ସହରକୁ ଏୟାରଲିପ୍ଟ ହେଉଥିଲେ । ଏହି ଚିକିତ୍ସାର ଆବଶ୍ୟକତାକାୁ ଦେଖି ଏସ୍ସିବି ବଡ଼ ମେଡିକାଲ୍, କ୍ୟାପିଟାଲ ମେଡିକାଲ୍ରେ ଇକ୍ମୋ ମେସିନ୍ ଇନ୍ଷ୍ଟଲ କରାଯାଇଥିଲା । ଏବେ ଏମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

Related posts

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

mahabharatanews

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

mahabharatanews