ଓଡିଶା

ଅକ୍ଟୋବରରେ ତୃତୀୟ ଲହର, ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) :  ଅକ୍ଟୋବରରେ ତୃତୀୟ ଲହର ଆସିବା ନେଇ ନ୍ୟାସନାଲ ଇନଷ୍ଟିଚିୟଟ ଡିଜାଷ୍ଟର ମେନେଜ ମେଣ୍ଟ ସତର୍କ ସୂଚନା ଦେଇଛି । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ , ତେବେ ଏହା ଅକ୍ଟୋବରରେ ପିକ୍ ନେବ । ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଜେସନ ୧୦୦ରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ତୃତୀୟ ଲହର ଆସେ, ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ। ବିଶେଷଜ୍ଞମାନେ କହିଛନ୍ତି ସେପ୍ଟେମ୍ବର କି ଅକ୍ଟୋବରରେ ତୃତୀୟ ଲହର ଆସିବ ଓ ପିକ ନେବ। ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ। ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ। ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି, ସେ ତୁଳନାରେ ଆମେ ଅଧିକ ପ୍ରସ୍ତୁତ ରହିଛୁ। ପିଲାମାନଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏଣେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି,
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା । ଯଦି ତୃତୀୟ ଲହର ଆସୁଛି, ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ । ଶିଶୁ ମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛୁ । ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ । ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ନାହିଁ । ତେଣୁ ସ୍କ୍ରିନିଂ କୁ ଆମେ ଚାଲୁ ରଖିବୁ । ଶିଶୁ ମାନଙ୍କର ଦୈନିକ ସଂକ୍ରମଣ ହାରକୁ ଆନାଲିସ୍ କରୁଛୁ । ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି । ବହୁତ କମ ଶିଶୁଙ୍କୁ ଅକ୍ସିଜେନ ଦରକାର ଥିଲା ।

Related posts

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

mahabharatanews

ଖରସ୍ରୋତା ବଞ୍ଚାଇବାକୁ ଯାଇ ଗଛମୂଳେ ଶ୍ରୀକାନ୍ତ

mahabharatanews