Uncategorized

ଜାତୀୟ ପତାକାକୁ ବିଜେପିର ଅପମାନ

ଲକ୍ଷ୍ନୌ: ଯୋଗୀ ରାଜ୍ୟରେ ଜାତୀୟ ପତାକାକୁ ଅପମାନ । ଜାତୀୟ ପତାକା ଉପରେ ରଖାଗଲା ବିଜେପିର ଦଳୀୟ ପତାକା । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ପ୍ରାର୍ଥୀବ ଶରୀରକୁ ଗତକାଲି ଅନ୍ତିମ ଦର୍ଶନ କରିବାକୁ ରଖାଯାଇଥିବା ବେଳେ ଏପରି ଦୃଶ୍ୟ ଦେଖାଯାଇଥିଲର । କଲ୍ୟାଣସିଂଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ପଡିଥିବା ବେଳେ ତା ଉପରେ ପକାଯାଇଥିଲା ବିଜେପିର ଦଳୀୟ ପତାକା । ଜାତୀୟ ପତାକା ଉପରେ ଦଳୀୟ ପତାକା ପକାଯିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ବିଭିନ୍ନ ବର୍ଗ ସମାଲୋଚନା କରୁଛନ୍ତି । କାରଣ ଜାତୀୟ ପତାକା ଉପରେ ଆଉ କିଛି ରହିବ ନାହିଁ । କିନ୍ତୁ ବିଜେପି ତାର ଦଳୀୟ ପତାକା ପକାଇଛି । ଏହାକୁ ନେଇ କଂଗ୍ରେସ କଟାକ୍ଷ କରିଛି କି, କଣ ନ୍ୟୁ ଇଣ୍ଡିଆରେ ଜାତୀୟ ପତାକା ଉପରେ ବିଜେପି ପତାକା ରହିବ । ଦୀର୍ଘ ଅସୁସ୍ଥତା ପରେ ୮୯ ବର୍ଷୀୟ କଲ୍ୟାଣ ସିଂଙ୍କର ଶନିବାର ରାତିରେ ଦେହାନ୍ତ ହୋଇଥିଲା।
ନୂଆ ଭାରତରେ ଜାତୀୟ ପତାକା ଉପରେ ଦଳୀୟ ପତାକା ଲଗାଇବା ଠିକ୍ କି? ଏପରି ଟ୍ୱିଟ କରି ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ପଚାରିଛନ୍ତି । ଏହା ତ୍ରିରଙ୍ଗ।ର ସମ୍ମାନ ନା ଅପମାନ ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଟ୍ୱିଟ କରି କହିଛନ୍ତି, ଜାତୀୟ ସଂଗୀତ ଗାନ କରିବା ସମୟରେ ମୁଁ ଛାତି ଉପରେ ହାତ ରଖିଥିବାରୁ ଚାରି ବର୍ଷ ପର୍ୟ୍ୟନ୍ତ କୋର୍ଟରେ ଲଢ଼େଇ କରିଥିଲି। କିନ୍ତୁ ଶାସକ ଦଳ ଏବେ ଦେଶକୁ କହିବା ଦରକାର ଯେ ସେ କିପରି ଅପମାନକୁ ଅନୁଭବ କରୁଛି? ସେହିପରି ସମାଜବାଦୀ ପାର୍ଟି ମୁଖପାତ୍ର ଘନଶ୍ୟାମ ତିୱାରୀବିଜେପିକୁ ସମାଲୋଚନା କରି ଟ୍ୱିଟରରେ କହିଛନ୍ତି, ଜାତୀୟ ପତାକା ଉପରେ ଦଳୀୟ ପତାକା, କିନ୍ତୁ ଏପରି କାର୍ଯ୍ୟକୁ ନେଇ ଦଳର କୌଣସି ଅନୁଶୋଚନା ନାହିଁ ।

 

Related posts

ଶୋପିଆନରେ ଏନକାଉଣ୍ଟର: ସେନା ଗୁଳିରେ ୩ ଆତଙ୍କବାଦୀ ନିହତ

mahabharatanews

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews

ଗୃହବନ୍ଦୀ ୪ ଏନସି ନେତା ମୁକ୍ତ

mahabharatanews