ଓଡିଶାରାଜନୀତି

ପାସ୍ କଲେ ସୋରଡା ବିଧାୟକ

(ସୋରଡା) : ଦଶମ ବୈତରଣୀ ପାର କଲେ ବିଧାୟକ । ଆଜି ଚଳିତ ବର୍ଷ ଅଫଲାଇନ ମାଟ୍ରିକ ଫଳ ପ୍ରକାଶ ପାଇଛି । ଯେଉଁଥିରେ ଉତିନ୍ନ ହୋଇଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ବିଧାୟକଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ବେଶ ଚର୍ଚ୍ଚାକୁ ଆସିଥିଲେ  । ତାଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ହଲ ପ୍ରସ୍ତୁତ କରଯିବା ସହ ଟେବଲ ଚୌକି ମଧ୍ୟ ସୁସଜ୍ଜିତ କରାଯାଇଥିଲା । କୁହାଗଲା କି ବିଧାୟକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏପରି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ତେବେ ଆଜି ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ବିଧାୟକଙ୍କ ନାଁ ପାସ୍ ତାଲିକାରେ ରହିଛି । ସୋରଡା ବିଧାୟକ ୫୦୦ ରୁ ୩୪୦ ମାର୍କ ରଖି ପାସ୍ କରିଛନ୍ତି । ପୂର୍ବରୁ ବିଧାୟକ ବହୁବାର ପରୀକ୍ଷା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜେନୖତିକ ଓ ସମାଜସେବା ଭିତରେ ରହି ସୁଯୋଗ ପାଇପାରୁନଥିବା କହିଥିଲେ । ବିଧାୟକ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ ।

 

Related posts

ମିଳିଲାନି ଦରମା, କାମ ବନ୍ଦ କରି ବିକ୍ଷୋଭ କଲେ ସଫେଇ କର୍ମଚାରୀ

mahabharatanews

ଡେଲାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

mahabharatanews

ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

mahabharatanews