ଓଡିଶା

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

କାମାକ୍ଷାନଗର: ଢେଙ୍କାନାଳ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଙ୍ଗଲ ଭିତରୁ ଜବତ ହୋଇଛି ଏକ ଝୁଲନ୍ତା ମୃତଦେହ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ହତ୍ୟାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଏକ ଜଙ୍ଗଲରେ ପୋଲିସକୁ ମିଳିଛି ଏକ ଝୁଲନ୍ତା ମୃତଦେହ । ମୃତକ ଜଣକ ହେଉଛନ୍ତି କଙ୍କଡାହାଡ ଥାନା ଧୂଳିଗୁଠ ଗ୍ରାମର ପ୍ରକାଶ ସୋରେନ । ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍ ସେବାରୁ ବଞ୍ଚିତ

mahabharatanews

ଖାତାକୁ ଆସିଲା ସ୍କଲାରସିପ ଟଙ୍କା, ଆସୁଛି ୟୁଥ୍ ବଜେଟ୍ 

mahabharatanews

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews