ଅପରାଧ

ଏଟିଏମ ଲୁଟରେ ବ୍ୟବହୃତ କାର ଜବତ

ଭୁବନେଶ୍ୱର: ଗତକାଲି ରାଜଧାନୀର ଓଲ୍ଡ ଟାଉନରେ ହୋଇଥିବା ଏଟିଏମ ଲୁଟ ଉଦ୍ୟମ ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା । ପୁଲିସ ଲୁଟରେ ବ୍ୟବହୃତ କାରକୁ ଜବତ କରିଛି । କାରଟି ନାଲି ରଙ୍ଗର ଏମଜି ହେକ୍ଟର । ଏହାର ନମ୍ବର ୧୬ ଟିସି ୦୪୬/୧ । ଏହି କାର ନେଇ ଜଣେ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ପୁଲିସ ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ତଦନ୍ତ ଚଳାଇଛି ପୁଲିସ । ଘଟଣାରେ ପୁଲିସକୁ ମିଳିଛି କାର ।
ଗତକାଲି ବଢେଇବାଙ୍କ ସ୍ଥିତ ଏମଟିଏମକୁ ଆସି ୩ ଦୁର୍ବୃତ୍ତ ଆସିଥିଲେ । ସେମାନେ ଏଟିଏମ ମେସିନ ଭାଙ୍ଗିବାକୁ ଚେଷ୍ଟା କରିବାରୁ ବ୍ୟାଙ୍କର ସିକ୍ୟୁରିଟି ସଭିଲାନ୍ସକୁ ଏହା ଜଣାପଡିଥିଲା । ସଙ୍ଗେ ସଙ୍ଗେ ପୁଲିସ ଓ ସିକ୍ୟୁରିଟି ଡିପାର୍ଟମେଣ୍ଟକୁ ସୂଚନା ଦିଆଯାଇଥିଲା । ଏଥିମଧ୍ୟରେ ଏଟିଏମରେ ସନ୍ଦିଗ୍ଧଙ୍କ ଗତିବିଧିକୁ ନେଇ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି ନେଇଥିଲେ । କିନ୍ତୁ ଜଣେ ସନ୍ଦିଗ୍ଧ ଆସିଥିବା କାରରେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା ।

Related posts

୪ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ନିଲମ୍ବିତ ଗର୍ଭପାତକାରୀ ଆଇଆଇସି

mahabharatanews

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

mahabharatanews

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ

mahabharatanews