ଅପରାଧ

ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

(ପୁରୀ): ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁଣି ଜଣେ ଅଙ୍ଗନୱାଡି କର୍ମୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ହାଟସାହି ଗାଁର ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସେ ଏବେ ପୁରୀ ବାସେଳି ସାହିର ଅକ୍ଷୟଧାମ ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଛନ୍ତି । ଭିଜିଲାନ୍ସ ଟିମ ସଂଧ୍ୟାରାଣୀଙ୍କ ବାଶେଳୀସାହି ମାଛ ମାର୍କେଟ ସ୍ଥିତ ଘର, ପୁରୀ ସଦର ଥାନାରେ ଥିବା ଆଜବେଷ୍ଟସ ଘର, ବାଶେଳି ସାହି ଲୋକନାଥ ରୋଡରେ ଥିବା ତାଙ୍କ ୩ ମହଲା ଘର, ତାଙ୍କ ପୈତୃକ ଘର, ହାତୀଶାଳରେ ଥିବା ତାଙ୍କ ଶ୍ୱଶୁର ଘର, ତାଙ୍କ ସ୍ୱାମୀଙ୍କ ଅଫିସ, ବାସେଳି ସାହି ଅକ୍ଷୟଧାମ ଅଙ୍ଗନୱାଡି କେନ୍ଦ୍ରରେ ଚଢାଉ ଏକକାଳୀନ ଚଢାଉ କରିଛି । ଚଢାଉ ଏବେ ଜାରି ରହିଛି ।

Related posts

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

mahabharatanews

୪ ଲୁଟେରାଙ୍କୁ ଜବତ କରିଛି କୁଆଖିଆ ପୋଲିସ

mahabharatanews

ଅର୍ଥ ଲୁଟ ଅଭିଯୋଗରେ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

mahabharatanews