ଓଡିଶା

ଘରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ

ରାଇରଙ୍ଗପୁର: ରାଇରଙ୍ଗପୁର ଅଞ୍ଚଳରେ ଦେକିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୋଲିସକୁ ମିଳିଛି ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ । ମୟୁରଭଞ୍ଜ ତିରିଙ୍ଗ ଥାନା ଅନ୍ତର୍ଗତ ସାନକୁମରୁମ ଗ୍ରାମରେ ଦୁଇ ସମ୍ପର୍କୀୟା ଭଉଣୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସକାଳ ହେବାର ବହୁତ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନଥିଲା । ତେବେ ଭିତରେ ଛୋଟ ଛୁଆର କାନ୍ଦ ଶୁଣି ସନ୍ଦେହ କରିଥିଲେ ପରିବାର ଲୋକେ । ଏହାପରେ ଘର ଛପର ଖୋଲିବାରୁ ଯାହା ଦେଖିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଝୁଲନ୍ତା ଅବସ୍ଥାରେ ସୁନୀତା ବଦ୍ରା ଏବଂ ସମ୍ପର୍କୀୟା ଭଉଣୀ ମନୀଷା ବଦ୍ରା ଉଭୟଙ୍କ ମୃତଦେହଦେଖିବାକୁ ମିଳିଥିଲା । ପରିବାର ଲୋକେ ସକାଳୁ ବିଲକୁ ଚାଲି ଯାଇଥିବାରୁ ଏ ସମ୍ପର୍କରେ ଜାଣି ପାରି ନଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହ ଶବ ଜବତ କରିବା ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାଯାଇଛି ।

Related posts

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews

ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଇବାକୁ ଛାତ୍ର କଂଗ୍ରେସର ଦାବି

mahabharatanews