ଓଡିଶା

ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁରରେ ଟ୍ରେନ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ପରି ଅଭାବନୀୟ ଘଟଣା ଘଟିଛି । ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତକ ଶ୍ରମିକ ଶ୍ରେଣୀର । ତେବେ ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବିହାର ହୋଇଥିବା କୁହାଯାଉଛି । ଜିଆର୍ପି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟରେ ୭ ଜଣ ଶ୍ରମିକ ଶ୍ରେଣୀର ଲୋକେ ରେଳ ଲାଇନ୍ ଧାରରେ ଚାଲି ଚାଲି ଯାଉଥିଲେ। ଲେବଲ କ୍ରସିଂ ନିକଟରେ ସେମାନେ ରେଳ ଲାଇନ୍ ପାର କରିବାକୁ ଉଦ୍ୟମ କରିବା ବେଳେ ଏହି ଘଟଣାଟି ଘଟିଛି। ତେବେ ଆଉ ୪ ଜଣ କୁଆଡ଼େ ଗଲେ ସେ ଦେଖି ନଥିବା କହିଛନ୍ତି। ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜିଆର୍ପିକୁ ଖବର ଦେଇଥିଲେ।

 

Related posts

କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ

mahabharatanews

ଗୁଣି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

mahabharatanews

କରୋନା ସଂକ୍ରମଣରେ ରେକର୍ଡ: ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

mahabharatanews