ଅପରାଧ

ମତେ ମୋ ସ୍ତ୍ରୀଠାରୁ ତ୍ରାହି ଦଅ – ସ୍ୱାମୀ

(ରାଜକୋଟ) ; ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ସାତ ଜନ୍ମପାଇଁ । ଅ୍ଧମ ସାତ ଜନ୍ମ ପାଇଁ ଏକାଠି ରହିବାକୁ ଶପଥ ମଧ୍ୟ ନେଇଥାନ୍ତି । ହେେଲେ ସ୍ୱାମୀର ନିର୍ଯାତନା ସହି ନପାରି କିଏ ତ୍ରାହି ତ୍ରାହି ଡାକୁଥିବାର ଆମେ ପ୍ରତିଦିନ ଜୀବନିରେ ଶୁଣିବାକୁ ପାଉଛେ । ଯଦି ସ୍ୱାମୀଟି ନିଜ ସ୍ତ୍ରୀର ନିର୍ଯାତନ ସହିନପାରି ତ୍ରାହି ଡାକେ ତେବେ ଭାବି ନିଅନ୍ତୁ କି ସମ୍ପର୍କର ଖିଅ କେତେ ଦୁର୍ବଳ ହୋଇପଡିଛି । ଆମ ମାନଙ୍କ ଭାବନା କି ପୁରୁଷ କେବଳ ନାରୀଙ୍କୁ ନିର୍ଯାତନାଦେଇ ଆସିଛନ୍ତି , ଯାହା ସମାଜରେ ନିନ୍ଦନୀୟ । କିନ୍ତୁ ଆମେ ଏବେ ଯେଉଁ ଖବର ଜଣାଉଛୁ ତାହା ଜାଣିଲେ ଆପଣ ହୁଏତ ବିଶ୍ୱାସ କରିବେନାହିଁ । କିନ୍ତୁ ଘଟଣାଟି ସମ୍ପୁର୍ଣ୍ଣ ସତ୍ୟ । ତେବେ ସମ୍ପୁର୍ଣ୍ଣ ଘଟଣାଟି କିଛି ଏମିତି , ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହୋଇ ଥାନାରେ ନିଆଁ ଲଗାଇଲା ସ୍ୱାମୀ । କାରଣ ସେ ଅଧିକ ଦିନ ପାଇଁ ଜେଲରେ ରହିବାକୁ ଚାହୁଁଥିଲେ । ଏମିତି ଏକ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ରାଜକୋଟରେ । ଗାନ୍ଧୀଗ୍ରାମ ଥାନା ଇନ୍ସପେକ୍ଟର ଖୁମାନ ସିଂହ କହିଛନ୍ତି, ବଜରଙ୍ଗବାଡ଼ି ପୋଲିସ ପୋଷ୍ଟରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ନାଁ ଦେବ ଚାବଡା। ଆର୍ଥିକ ସମସ୍ୟା ଓ ଘରୋଇ ମାମଲାକୁ ନେଇ ତାଙ୍କ ପତ୍ନୀ ଗତ କିଛି ଦିନ ହେଲା ତାଙ୍କ ସହ ଲଗାତାର ଝଗଡା କରୁଥିଲେ ଓ ନାନା କଥା ଶୁଣାଉଥିଲେ। ଗିରଫ ପରେ ପୋଲିସ ପଚରାଉଚୁରା ପରେ ଦେବ କହିଛନ୍ତି ଯେ ଏହିସବୁ ସମସ୍ୟା ଯୋଗୁଁ ସେ ପୋଲିସ ଥାନାରେ ନିଆଁ ଲଗାଇଥିଲେ। ସେ କହିଛନ୍ତି ଯେ ପତ୍ନୀ ଯୋଗୁଁ ବହୁତ ବିରକ୍ତ ହୋଇଯାଇଛନ୍ତି ଓ ଅଧିକ ଦିନ ପାଇଁ ଜେଲ ଯିବାକୁ ଚାହୁଁଥିଲେ,ସେଥିପାଇଁ ସେ ଜାମନଗର ରୋଡ଼ରେ ସ୍ଥିତ ବଜରଙ୍ଗବାଡ଼ି ପୋଲିସ ଆଉଟପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ପରେ ସେ ଥାନା ବାହାରେ ଛିଡା ହୋଇଥିଲେ। ଏହି ମାମଲାରେ ପୋଲିସ ଦେବ ଚାବଡା ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଆଇପିସି ଧାରା ୪୩୬ ଅନୁସାରେ ଗିରଫ କରିଛି। ଆଇପିସି ଧାରା ୪୩୬ ଅନୁସାରେ ବ୍ୟକ୍ତିକୁ ଦୁଇ ବର୍ଷ ଜେଲ କିମ୍ବା ଜରିମାନା ବ୍ୟବସ୍ଥା ରହିଛି। ତେବେ ଦେଖିବାକୁ ବାକି ରହିଲା ଅଧିକ ସ୍ୱାମୀଙ୍କ ଇଛା ପୂରଣ ହେଉଛି କି ନାହିଁ ।

Related posts

ମାଆକୁ ହତ୍ୟା କଲା ପୁଅ

mahabharatanews

ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews