ଓଡିଶା

ପୁଅ ନୁହଁ ! କିନ୍ତୁ ପୁଅର କର୍ତ୍ତବ୍ୟ କଲେ

(ସମ୍ବଲପୁର) ; ନିଜର ଜନ୍ମ କଲା ସନ୍ତାନ ମାନେ ବାପା ମାଙ୍କୁ ପଚାରୁ ନଥିବା ବେଳେ ନିଜ ପାଖରେ ମଧ୍ୟ ରଖିବାକୁ ପସନ୍ଦ କରୁନାହାନ୍ତି । ନିଜ କର୍ତ୍ତବ୍ୟରୁ ଓହରି ଯାଉଛନ୍ତି । କିନ୍ତୁ ଜଣେ ଡାକ୍ତର ନିଜର ପୁଅ ନ ହୋଇ ମଧ୍ୟ ପୁଅର କର୍ତ୍ତବ୍ୟ କରିଛନ୍ତି । ମୃତ ରୋଗୀଙ୍କୁ କନ୍ଧ ଦେଇ ମୁଖାଗ୍ନି ଦେଲେ ତେବେ ଏହି ଘଟଣାଟି କିଛି ଏମିତି ବୁର୍ଲା ଭୀମସାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । କେବଳ ମୁଖାଗ୍ନି ଦେଇନାହାନ୍ତି ବରଂ ଅସ୍ଥି ବିସର୍ଜନ ପାଇଁ ଅସ୍ଥି ନେଇଛନ୍ତି । ସୂଚନା ଅନୁଯାୟୀ ତ ୨୦୧୮ ଜୁଲାଇ ୧୨ରେ ସୋନପୁର ବୀରମହାରାଜପୁର ଜଲେବିରା ଗାଁର ବୃଦ୍ଧା ପୁଷ୍ପାଂଜଳୀ ବାଗ ପକ୍ଷାଘାତ ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ ।
କିଛି ଦିନ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରେ ଛାଡି ଚାଲିଯାଇଥିଲେ ପରିବାର ଲୋକେ । ତେବେ ସେହିଦିନଠାରୁ ରୋଗୀଙ୍କ ଅଭିଭାବକ ବନିଯାଇଥଲେ ଡାକ୍ତର । ଲାଳନ ପାଳନ ସହ ଯାହା ଦରକାର ଯୋଗାଇଦେଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଦୀର୍ଘ ୩ ବର୍ଷ ହେବ ଚିକିତ୍ସା ହେଉଥିବା ମଣିଷ ଯେତେବେଳେ ଆଜି ଆଖିବୁଜି ଦେଇଛନ୍ତି । ମାନିଲାନି ରାମଚନ୍ଦାନୀଙ୍କ ମନ ।
ମାଆ ବୋଲି ସମ୍ବୋଧନ କରୁଥିବା ରୋଗୀ ଯେ କେତେବେଳେ ଅତିଆପଣାର ହୋଇଗଲେ ରାମଚନ୍ଦାନୀ ଜାଣି ପାରିଲେନି । ହେଲେ ଚିକିତ୍ସାଧିନ ଅବସ୍ଥାରେ ହଠାତ ମୃତ୍ୟୁ ପରେ ନିଜେ କାନ୍ଧ ଦେଇ ମୁଖାଗ୍ନି ଦେଇ ମାନବିକତାର ପରିଚୟ ଦେଇଛନ୍ତି । ପୂର୍ବରୁ କୁଷ୍ଠରୋଗୀଙ୍କୁ ବୋହି ନେବା, ଗୁରୁତର ରୋଗୀଙ୍କୁ ନିଜ ଗାଡିରେ ହସ୍ପିଟାଲ ନେବା ତଥା ଟଂକିକିଆ କ୍ଲିନିକ ଖୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ।

 

Related posts

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

mahabharatanews

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews