ଓଡିଶା

ମରୁଡି ମନୁଷ୍ୟକୃତ ନୁହେଁ : କୃଷିମନ୍ତ୍ରୀ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) :  ସେପ୍ଟେମ୍ବର ପ୍ରଥମ ତାରିଖରୁ ଆରମ୍ଭ ହୋଇଛି ମୌସୁମି ଅଧିବେଶନ । ତେବେ ଅଧି ବେଶନ ଆରମ୍ଭରୁ ହିଁ କଂଗ୍ରେସ ପକ୍ଷରୁ ମରୁଡି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିଲା । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୧୨.୩୪ ପର୍ୟ୍ୟନ୍ତ ଗୃହ ମୁଲତବି ରହିଥିଲା। ୧୨.୩୪ ପରେ ପୁଣି ଗୃହ କାର୍ୟ୍ୟ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିଥିଲା ।ଅଧିବେଶନରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ଅବାନ୍ତର ପ୍ରଶ୍ନ ପାଇଁ ଗୃହରେ ହଟ୍ଟଗୋଳ ହୋଇଥିଲା । ଏଥିରେ ବିରୋଧୀ ଦଳର ନେତା ନରସିଂହ କ୍ଷୁବ୍ଧ ହୋଇ କହିଛନ୍ତି , ରାଜ୍ୟର ମରୁଡ଼ି ପରିସ୍ଥିତି ମୁଲତବି ପ୍ରସ୍ତାବ ଉପରେ ଆଲୋଚନାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୩୦ଜିଲ୍ଲାରୁ ୨୭ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ହେବ ବୋଲି ସରକାର କହିଥିଲେ । ଜଳସେଚନ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନ ହେବା ଲାଗି କ’ଣ ପ୍ରକୃତି ଦାୟୀ?

Related posts

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

mahabharatanews