ଅପରାଧ

ବିଦେଶୀ ମଦ ଚାଲାଣ ବେଳେ ଧରିନେଲା ପୋଲିସ

ଚଣ୍ଡିଖୋଲ: ଯାଜପୁରରେ ଧରା ପଡିଲେ ବିଦେଶୀ ମଦ ବେପାରୀ । ବାଇକରେ ବିଶେୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଛି । ଏମିତି ଏକ ସଫଳତା ହାସଲ କରିଛି ଯାଜପୁରର ବାଲିଚନ୍ଦ୍ରପୁର ପୋଲିସ ଥାନା ।
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଜବତ ହୋଇଛି ବିଦେଶୀ ମଦ । ରାଜପଥରେ ମଦ ନେଇ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ପୋଲିସ କବଳରେ ଫସିଯାଇଥଲେ ଦୁଇ ଜଣ ବେପାରୀ । ତେବେ ପୋଲିସ ଏମାନଙ୍କୁ ଗିରଫ କରିବା ସହ ବ୍ୟବହୃତ ବାଇକ ଏବଂ ସମସ୍ତ ମଦ ଜବତ କରିଛି ବାଲିଚନ୍ଦ୍ରପୁର ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ବାଲିଚନ୍ଦ୍ରପୁର ନିକଟରେ ଉଭୟଙ୍କୁ ଅଟକାଇଥିଲା ବାଲିଚନ୍ଦ୍ରପୁର ପୋଲିସ । ଏହାପରେ ଉଭୟ ଯୁବକ ଏବଂ ସେମାନଙ୍କ ବାଇକ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ବିଦେଶୀ ମଦ ଜବତ ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ସୁଧୀର ରାଉତ ଏବଂ ଅରକ୍ଷିତ ପାଗଳ ନାମକ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି ।

Related posts

ବାଇକ୍ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ଛୁରାମାଡ

mahabharatanews

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

mahabharatanews

ମଦ ନିଶା ନେଲା ପୁଅର ଜୀବନ

mahabharatanews