ଓଡିଶା

ୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗ

(ଭୁବନେଶ୍ୱର): ୱେବପୋର୍ଟାଲ ଫୋକସ ପ୍ଳସର ସମ୍ପାଦକ ସୁଧାଂଶୁ ରାଉତ ଦୂତି ଚାନ୍ଦଙ୍କ ବିରୋଧରେ ଏକ ଆପତି ଜନକ ଖବର ପ୍ରକାଶ କରି ଗିରଫ ହୋଇଛନ୍ତି । କିନ୍ତୁ ଆଜି ତାଙ୍କ ବିରୋଧରେ ଆଉ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସୂଚନା ଅନୁଯାୟୀ ଯାଜପୁର ମଙ୍ଗଳପୁର ଅଞ୍ଚଳର ଭରତ ଚନ୍ଦ୍ର ମହାଳିକଙ୍କ ଅଭିଯୋଗ ଅନୁଯାୟୀ ସୁଧାଂଶୁ ଶେଖର ରାଉତ, ଶ୍ରୀକାନ୍ତ ବିଶ୍ୱାଳ ଓ ଆନନ୍ଦ ପ୍ରସାଦ ବିଶ୍ୱାଳ ନିଜକୁ ସିବିଆଇ ଅଫିସର ବୋଲି କହି ୨୫ ହଜାର ଟଙ୍କା ଲୁଟି ନେଇଥିଲେ । ଭରତ କହିଛନ୍ତି କି ୨୦୧୬ ମସିହାରେ ବିମୁଦ୍ରୀ କରଣ ପରେ ତାଙ୍କ ପୁଅଙ୍କ ପାଖରେ କିଛି ଅଚଳ ଟଙ୍କା ରହିଯାଇଥିଲା । ଯାହାକୁ ଦିଲ୍ଲୀର ବ୍ୟାଙ୍କରେ ବଦଳାଇବା ସମ୍ଭବ ନଥିଲା, ଯେଉଁକାରଣରୁ ସେ ୫୦ହଜାର ଟଙ୍କା ଯାଜପୁରକୁ ନେଇ ଫେରୁଥିଲେ କିନ୍ତୁ ବାଟରେ ତାଙ୍କୁ ଅଟକାଇଥିଲେ ସୁଧାଂଶୁ । ଏବଂ ସିବିଆଇ ଅଫିସରର ପରିଚୟ ଦେଇ ଭରତଙ୍କ ପାଖରେ ୭ଲକ୍ଷ ଚୋରା ଟଙ୍କା ଥିବା କହିଥିଲେ । କିନ୍ତୁ ଭରତ ସେମାନଙ୍କୁ ଜଣାଇଥିଲେ କି ତାଙ୍କ ପାଖରେ ମାତ୍ର ୫୦ହଜାର ଅଚଳ ଟଙ୍କା ଅଛି ।ଏହି କାରଣରୁ ସୁଧାଂଶୁ ଓ ତାଙ୍କ ସହଯୋଗୀ ମାତ୍ର ୨୫ହଜାର ଟଙ୍କା ନେଇ କହିଥିଲେ କି ପୋଲିସ କୁ ନଜଣାଇବାକୁ । ଏନେଇ ଭରତ ମଙ୍ଗଳପୁର ଥାନାରେ ଅଭିଯୋଗ କରିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ୨୫ ହଜାର ଟଙ୍କା ଫେରିପାଇଥିଲେ ବୋଲି କହିଛନ୍ତି । ତେବେ ଏହି ମାମଲା ଏବେ ବି ଯାଜପୁର ଜିଲ୍ଲା କୋର୍ଟରେ ରହିଥିବା ଜଣାପଡ଼ିଛି ।

Related posts

ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

mahabharatanews

ପାରାଦୀପରେ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ

mahabharatanews

ସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନ

mahabharatanews