ଅପରାଧ

ଚୋରୀ କରି ଗିରଫ ହେଲେ ୯ ଅଭିଯୁକ୍ତ; ୨ ମହିଳା ସାମିଲ

ସାନଖେମୁଣ୍ଡି: ଘରେ କେହି ନଥିବାର ଫାଇଦା ଉଠାଇ ସୁନାଗହଣା ଏବଂ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ସମେତ ଅଳଙ୍କାର ମଧ୍ୟ ଜବତ କରାଯାଇଛି ।
ଗତ ଅଗଷ୍ଟ ୧୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ରହୁଥିବା ସୁଧାକର ପ୍ରଧାନ ଏବଂ ପରିବାର କେହି ଘରେ ନଥିବା ବେଳେ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଘର ତାଲା ଭାଙ୍ଗି ଘରେ ଥିବା ସୁନା ରୂପା ଅଳଙ୍କାର ଏବଂ ଆଲମାରୀରୁ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ୯ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୨ ଜଣ ମହିଳା ସାମିଲ ଥିବା ଜଣାପଡିଛି । ଏମାନଙ୍କୁ ଗିରଫ କରିବା ପରେ ଚୋରୀ ହୋଇଥିବା ଅଳଙ୍କାରକୁ ନେଇ ଦିଗପହଣ୍ଡିର ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ସମ୍ପୃକ୍ତ ସୁନା ବ୍ୟବସାୟୀ ପ୍ରମୋଦ ନାୟକକୁ ମଧ୍ୟ ପୋଲିସ ଗିରଫ କରିଅନ୍ୟ ଅଭିଯୁକ୍ତଙ୍କ ସହିତ କୋର୍ଟ ଚାଲାଣ କରିଛି ।

Related posts

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ ଓ ଶାଶୁ ଗିରଫ

mahabharatanews

ଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମ

mahabharatanews

୨ ମାସ ବିତିଲେ ମଧ୍ୟ ନାବାଳିକା ଅପହୃତାର ଟେର ପାଉନି ପୁଲିସ

mahabharatanews