ଓଡିଶା

ରାଜ୍ୟରେ ୩ ବର୍ଷରେ ୨୮୨ ହ।ତୀ ମୃତ୍ୟୁ

ଭୁବନେଶ୍ୱର: ହାତୀ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ତଥ୍ୟ । ରାଜ୍ୟରେ ଗତ ୩ ବର୍ଷରେ ୨୮୨ ହ।ତୀଙ୍କ ମୃତ୍ୟୁ ହେଲାଣି । ଏହି ତଥ୍ୟ ବିଧାନସଭାରେ ଦେଇଛନ୍ତି ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ କହିଛନ୍ତି, ବିଗତ ୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ ହୋଇଛି ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୨୮୨ ହାତୀଙ୍କର ଗତ ୩ ବର୍ଷରେ ମୃତ୍ୟୁ ହୋଇଛି । ୨୦୧୮-୧୯ରେ ୯୩ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯-୨୦ରେ ୮୨ ହାତୀଙ୍କ ମୃତ୍ୟୁ, ୨୦୨୦-୨୧ରେ ୭୭ ହାତୀଙ୍କ ମୃତ୍ୟୁ ଓ ଚଳିତ ବର୍ଷର ସୁଦ୍ଧା ୩୦ ହାତୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଗତ ୩ ବର୍ଷରେ ୧୭ ବାଘଙ୍କ ମୃତ୍ୟୁ ହୋଇଛି ।

Related posts

ରାଜ୍ୟରେ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

ବର୍ଷା ସମ୍ଭାବନା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews