ଅପରାଧ

ଅଟକିଗଲା ହରିଣ ମାଂସ ବେପାର

ଆଠଗଡ: ଜଙ୍ଗଲ ଭିତରେ ଅବାଧରେ ଚାଲିଥିଲା ହରିଣ ଶିକାର । ମାଂସ କଟା ହୋଇ ବିକ୍ରି ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲା । କିନ୍ତୁ ବିକ୍ରି ହେବା ପୂର୍ବରୁ ମଝିରେ ଆସିଗଲେ ବନ ବିଭାଗ । ଏହାପରେ ବେପାରୀମାନଙ୍କ ସମସ୍ତ ଯୋଜନା ପଣ୍ଡ ହୋଇଛି ।
ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖୁଣ୍ଟୁଣୀ ରେଞ୍ଜ ଅଧୀନ ଶଙ୍ଖପୋଇ ସଂରକ୍ଷିତ ଜଙ୍ଗଲରୁ ଏକ ହରିଣ ଚମଡା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହରିଣ ଶିକାର ପରେ ମାଂସ କଟା ହୋଇ ବିକ୍ରି କରାଯିବା ସମୟରେ ବନ ବିଭାଗ ତରଫରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ହରିଣ ଚମଡା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଖୁଣ୍ଟୁଣୀ ରେଞ୍ଜର । ଏହାପରେ ଏଭଳି ହରିଣ ଶିକାର କେବେଠୁ ଚାଲିଥିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ବୋଲି ସାଧାରଣରେ ଏବେ ପ୍ରଶ୍ନ ଉଠିଛି ।

Related posts

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

mahabharatanews

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର

mahabharatanews