(ଭୁବନେଶ୍ୱର) ; ସବୁ ଚେଷ୍ଟା କଲି ଚାରିଆଡୁ ନିରାଶ ହେବାପରେ ବିଧାନସଭା ସମ୍ମୁଖରେ ହାତ କାଟି ବିଷ ପିଇଲେ ଦୁଷ୍ମନ୍ତ ଦାସ । ଯାହାଙ୍କ ଘର ଜଗତସିଂପୁର ଜିଲ୍ଲା କୁଜଙ୍ଗରେ । ଡାକ୍ତରଙ୍କ ଚିକିସ୍ଚା ଅବହେଳା ଯୋଗୁଁ ଅଚଳ ହେବାକୁ ବସିଲାଣି ଗୋଡ । ଉନ୍ନତ ମାନର ଚିକିସ୍ଚା ପାଇଁ ପାଖରେ ସମ୍ବଳ ନାହିଁ କି ସରକାରଙ୍କୁ ଗୁହାରୀ କଲେ ବି ଶୁଣୁନାହାନ୍ତି । ଏପରିକି ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଇଛା ମୃତ୍ୟୁ ମଧ୍ୟ ମାଗିଥିଲେ ସେଥିପାଇଁ ବି ଅନୁମତି ମିଳିନି । ତେବେ ପରିଶେଷରେ ବିଦାନ ସଭାଆଗରେ ଅତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଲେ ଦୁଷ୍ମନ୍ତ ଦାସ । ତେବେ ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିସ୍ଚା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
ତେବେ ହୋଇଥିବା ଅଭିଯୋଗ ଅନୁଯ୍ାୟୀ ଗତ ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ନିମନ୍ତେ ସେ କଟକ ବଡ଼ ମେଡ଼ିକାଲ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ମାର୍ଚ୍ଚ ୨୩ରେ କରାଯାଇଥିଲା । ଦ୍ୱିତୀୟ ଅପରେସନ ୨୦୨୦ ଜୁନ୍ ୧୯ ତାରିଖରେ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣର ବାହାନା କରି ଦୁଷ୍ମନ୍ତଙ୍କୁ ଘରକୁ ପଠାଇ ଦିଆଗଲା। ତାପରଠୁ ଅବହେଳା କରାଯାଉଛି। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ବି ନିରାଶ ହୋଇଛନ୍ତି ଦୁଷ୍ମନ୍ତ।
ଦୁଷ୍ମନ୍ତ କହିଛନ୍ତି, “ଚିକିତ୍ସା ଅଭାବରୁ ଦେହ କ୍ରମଶଃ ଖରାପ ହେବାରେ ଲାଗିଲା। ଗତ ନଭେମ୍ବର ୨୪ ତାରିଖରେ ଘରୁ ମୋତେ ନେଇ ଆଡ଼ମିଶନ କରାଇ ଜିଲା ପ୍ରଶାସନ ତାର କାର୍ୟ୍ୟ ସାରିଦେଲା। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପରୋକ୍ଷ ଭାବରେ ନିଜର ଡିପାର୍ଟମେଣ୍ଟର ଭୁଲ୍ ଅପରେସନ କରିଥିବା ଓ ଚିକିତ୍ସାରେ ଅବହେଳା କରିଥିବା ମାନିଲେ। ହେଲେ ପରବର୍ତ୍ତୀ ଚିକିତ୍ସା ଏସ୍ସିବିରେ ସମ୍ଭବ ନୁହେଁ ବୋଲି କହିଥିଲେ। ସରକାର ଚାହିଁଲେ ମୋ ଗୋଡ଼ ଭଲ ହୋଇଯିବ ବୋଲି କହିଲେ । ହେଲେ ଏସିସିବି ଅଧୀକ୍ଷକ ଅଭିଯୋଗ ଗ୍ରହଣ କଲେ ନାହିଁ।
ଏହାପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରାଗଲା। ହେଲେ ଦୁଇଟି ପ୍ରାଇଭେଟ ହସ୍ପିଟାଲ ଆଡମିଶନ କରିବାକୁ ମନା କଲେ। ସେମାନେ ଲିଖିତ ଭାବେ ଆଣିବାକୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମନା କରି ଦେଲେ।
ନବୀନ ନିବାସ ଯିବାରୁ ସେଠାରେ ଏସସିବି ଯିବାକୁ କୁହାଗଲା। କିନ୍ତୁ ଗତ ୧୬ ତାରିଖରେ ଏସସିବିରେ ଆଡମିଶନ ହେବା ପରେ ବି କୌଣସି ଚିକିତ୍ସା ମିଳିଲାନି। ଏହାପରେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛି।”
