ରାଜନୀତି

ଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହ

ନୂଆଦିଲ୍ଲୀ : ନିକଟରେ ସଂଗୀତକାର ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରି ଚର୍ଚ୍ଚାରେ ଥିବା ବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ତାଲିବାନ ସହ ତୁଳନା କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ସଂଘର ତୁଳନା ତାଲିବାନ ସହ କରାଯାଇଛି। ସେ ସଂଘର ମୁଖ୍ୟ ଡ.ମୋହନ ଭାଗବତଙ୍କ ପୁରୁଣା ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି. ଯେଉଁଥିରେ ସେ କହିଥିଲେ ଯେ ବାହାଘର ଏକ ବୁଝାମଣା। ବାହାଘର ପରେ ମହିଳାମାନେ ଘରର ଯତ୍ନ ନିଅନ୍ତି ଓ ଘରର ଅନ୍ୟାନ୍ୟ କଥା ବୁଝନ୍ତି। କିନ୍ତୁ ପୁରୁଷମାନଙ୍କ ଉପରେ ରୋଜଗାର ଓ ମହିଳାଙ୍କ ସୁରକ୍ଷା ଦାୟିତ୍ୱ ଥାଏ। ମଧ୍ୟ ତୁଳନାତ୍ମକ ମନ୍ତବ୍ୟ ଦେଇଥିଲେ।
ଦିଗବିଜୟ ସିଂହ କହିଛନ୍ତି, ତାଲିବାନ ଓ ଆରଏସଏସ ମଧ୍ୟରେ କାର୍ୟ୍ୟରତ ମହିଳାଙ୍କ ପାଇଁ ସମାନତା ଅଛି କି ? ଯେପର୍ୟ୍ୟନ୍ତ ମୋହନ ଭାଗବତଜି ଓ ତାଲିବାନ ନିଜର ବିଚାରଧାରା ନ ବଦଳାନ୍ତି ଏମିତି ହିଁ ଲାଗିବ। ଚଳିତ ସପ୍ତାହରେ କଂଗ୍ରେସ ନେତା ଆରୋପ ଲଗାଇଥିଲେ ଯେ ସଂଘ ମିଛ ଓ ଭୁଲ ତଥ୍ୟ ଦେଇ ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା ଅଲଗା କରୁଛି। ମୋହନ ଭାଗବତଙ୍କ ହିନ୍ଦୁ-ମୁସଲମାନ ଡିଏନଏ ଏକ ବୟାନକୁ ନେଇ ପ୍ରଶ୍ନ କରିଛନ୍ତି, ଯଦି ଏମିତି ତାହେଲେ ଲଭ ଜିହାଦ ଭଳି ପ୍ରସଙ୍ଗ କାହିଁକି ଉଠୁଛି ?
ସଂଘକୁ ତାଲିବାନ ସହ ତୁଳନା କରିବା ନେଇ ଆରଏସଏସ ତରଫରୁ ଖୁବ ଆଲୋଚନା କରାଯାଇଥିଲା । ଏମିତିକି ଜାବେଦ ଅକତରଙ୍କ ଘର ଆଗରେ ଦୀର୍ଘ ସମୟ ଧରି ଆନ୍ଦୋଳନ ମଧ୍ୟ ହୋଇଥିଲା ।

Related posts

ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ନେଇ ଅଜଣା ତଥ୍ୟ

mahabharatanews

‘ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ’

mahabharatanews

ଗୁରଜିତ ସିଂହଙ୍କୁ ନେଇ ପଞ୍ଜାବ କଂଗ୍ରେସରେ ଝଡ

mahabharatanews