ଅପରାଧଓଡିଶା

ଜୁଆ ଆଡ୍ଡା ଉପରେ ହିଂଜିଳି ଥାନାର ଚଢାଉ

(ହିଂଜିଳି / ରଜନୀ କାନ୍ତ ପାତ୍ର) : ଜୁଆ କେବେ କାହାକୁ ଧନୀକରିଥାଏ ତ କେବେ କାହାକୁ ବର୍ବାଦ। ହିଂଜିଳି ପୋଲିସ ଏବେ ପୁରା ଆକ୍ସନ ମୁଡରେ। ଆଜି କୌଣସି ସୂତ୍ରରୁ ଖବର ପାଇ ହିଂଜିଳି ପୋଲିସ ଗାୟତ୍ରୀ ନଗରରୁ ଏକ ଘରେ ବଡ ଧରଣର ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ।ତୁରନ୍ତ ପୋଲିସ ଚଢ଼ାଉ କରି ଏକ ମୁଠା ସାର ସହ ନଗଦ ୬୩ହଜାର ୫୦୦ ଟଙ୍କା ଏବଂ ୧୧ ଜଣ ଜୁଆଡିଙ୍କୁ ଧରିବାରେ ସକ୍ଷମ ହୋଇଛି। ଜୁଆଡି ମାନେ ସମୂର୍ଣ୍ଣ ପେଶାଦାର ବୋଲି ସୂଚନା ମିଳୁଛି। ହିଂଜିଳି ପୋଲିସର ଏପରି ଜୁଆ ଆଡ୍ଡା ଦମନ ଅଭିଯାନକୁ ଅଂଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ଏନେ ଇ ହିଂଜିଳି ଥାନା ପକ୍ଷରୁ କେଶ ନଂ ୪୭୬ ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ।

 

Related posts

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

mahabharatanews

ସୋନପୁରରେ ପତାକା ଉତ୍ତଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ…

mahabharatanews