ରାଜନୀତି

୮୦ ବର୍ଷ ବୟସରେ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନରୁ ଅସୁସ୍ଥତା କାରଣରୁ ମେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ଥିଲେ । ଆଜି ତାଙ୍କର ପରଲୋକ ହୋଇଯାଇଛି । ସେ ଗାନ୍ଧୀ କରିବାରର ଜଣେ ଅନୁଗତ ଭାବେ ପରିଚିତ ଥିଲେ । ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଫର୍ଣ୍ଣାଣ୍ଡିସ୍ ଜିଙ୍କ ଦେହାନ୍ତରେ ସେ ଦୁଃଖିତ। ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ପିଏମ୍ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
୧୯୭୫ରୁ ଫର୍ଣ୍ଣାଣ୍ଡିସ୍ ଉଡୁପିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ୧୯୮୦ ମସିହାରେ ସେ ଉଡୁପିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଲଗାତାର ୫ଥର ପର୍ୟ୍ୟନ୍ତ ସେ ଏହି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ୧୯୮୦, ଏହାପରେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ଯାଇଥିଲେ।
ତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ସମେତ ବହୁ ବଡ ନେତା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗଲା ଜୁଲାଇ ଶେଷ ଭାଗରେ ସେ ହଠାତ୍ ପଡ଼ି ଯିବାକୁ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟ ହୋଇଥିଲା। ତେଣୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

 

Related posts

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ ମମତା

mahabharatanews

ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର

mahabharatanews