ଓଡିଶା

ଘୋଷଣା କଲେ SRC

ଭୁବନେଶ୍ୱର: ରାଜ୍ୟରେ ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ଘରେ ପାଣି ପଶିଯିବାରୁ ଘରେ ରହିବା କଷ୍ଟକର ହୋଇ ପଡିଥିବା ବେଳେ ରାସ୍ତା ଉପରେ ଜମି ରହିଥିବା ପାଣି ଯୋଗୁଁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖା ଦେଇଛି । ତେବେ ଏହି ସମୟରେ ଏସଆରସିଙ୍କ ପକ୍ଷରୁ ଏକ ସତର୍କ ସୂଚନା ଜାରି ହୋଇଛି । ଆସ୍ତା ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ ସୂଚନା ଜାରି କରାଇଛନ୍ତି । ଏହା ସହିତ ଆହୁରି ଅଧିକ ବର୍ଷା ତଳିଆ ଅଞ୍ଚଳରେ ବନ୍ୟାର କାରଣ ପାଲଟିପାରେ । ତେଣୁ ସେଠାକାର ଜନବସତିଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଜଳବନ୍ଦୀରେ ରହୁଥିବା ଲୋକମାନଙ୍କୁ ମଧ୍ୟ ସ୍ଥାନାନ୍ତରଣ କରିବା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ସେହିପରି ବିଭିନ୍ନ ସ୍ଥାନରେ ବର୍ଷା ପାଣି ଯୋଗୁଁ ରାସ୍ତା ଘାଟରେ ହୋଇଥିବା କ୍ଷତି ବା ଭାଙ୍ଗି ଯାଇଥିବା ରାସ୍ତାକୁ ଶୀଘ୍ର ମରାମତି କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା ।

Related posts

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews

ଏମକେସିଜି ହେବ କୋଭିଡ ଟେଷ୍ଟ ସେଣ୍ଟର

mahabharatanews

Leave a Comment