ଭାରତ

ନଦୀରେ ଡଙ୍ଗା ଓଲଟି ୧୧ ମୃତ

(ଅମରାବତୀ) ; ଅମରାବତୀରେ ଥିବା ଓ୍ବାର୍ଦ୍ଧା ନଦୀରେ ଏକ ବଡ ଦୁର୍ଘଟଣା ଘଟିଛି । ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଅମରାବତୀର ଗୋଲାଗାଁ ଅଞ୍ଚଳରେ । ତେବେ ୩ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୮ ଜଣଙ୍କ ମୃତଦେହର ସନ୍ଧାନ ଜାରି ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ୟ୍ୟ ଜାରି ରହିଥିବା ଜଣାପଡ଼ିଛି।ଡଙ୍ଗାରେ ବସି ବୁଲିବାକୁ ଯାଉଥିବା ବେଳେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟିପଡ଼ିଥିଲା। କିନ୍ତୁ ଏବେ ଯାଏଁ ଶବ ଚିହ୍ନଟ କରାଯାଇନାହିଁ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ବିଧାୟକ ଦେବେନ୍ଦ୍ର ସେଠାରେ ପହଞ୍ଚିଛନ୍ତି। ଏହା ସହ ଉଦ୍ଧାର କାର୍ୟ୍ୟର ସେ ସମୀକ୍ଷା କରିଛନ୍ତି।

Related posts

ଅଚାନକ ଭୁଶୁଡିଗଲା ଇନଡୋର ଷ୍ଟାଡିୟମ

mahabharatanews

ଆସନ୍ତାକାଲି ଜାମ୍ମୁ ଯିବେ ପ୍ରଧାନମନ୍ତ୍ରୀ

mahabharatanews

ଆଜି ବର୍ଷର ସବୁଠାରୁ ଛୋଟ ଦିନ

mahabharatanews