Uncategorized

ଆଇସୋଲେସନରେ ରାଷ୍ଟ୍ରପତି

(ମସ୍କୋ): ଆଇସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରାଷ୍ଟପତିଙ୍କ ଜଣେ ପରିଚିତ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ପୁଟିନ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି । ତେବେ ସୂଚନା ଅନୁଯାୟୀ ସୋମବାର ପୁଟିନ କହିଛନ୍ତି ଯେ ଦେଶରେ କରୋନାରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରେ ସେହି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ସହ ମୁଁ ସଂସ୍ପର୍ଶରେ ଆସିଛି । ଏଭଳି ପରିସ୍ଥିତିରେ ନିଜକୁ ସେଲ୍ଫ ଆଇସୋଲେଟ କରିବା ଆବଶ୍ୟକ । ଆଜି ବାହାରି ଥିବା ଏକ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ପରିଚିତ ମାନଙ୍କ ମଧ୍ୟରେ ଅନେକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁକାରଣରୁ ପୁଟିନ ନିଜକୁ ଆଇସୋଲେସନରେ ରଖିବାକୁ ଯୋଜନା କରିଛନ୍ତି । ଏନେଇ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି ।

 

Related posts

ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କୁ ବଣ୍ଟାଯାଉଛି ସାନିଟାଇଜର

mahabharatanews

ନୂତନ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

mahabharatanews

ବିହାର ନିର୍ବାଚନ ପାଇଁ ନୀତିଶଙ୍କ ଟାର୍ଗେଟ ନିର୍ଦ୍ଧାରଣ

mahabharatanews