ଅପରାଧ

ଯୁକ୍ତିତର୍କରୁ ଆକ୍ରମଣ; ଶାଶୁ-ଜ୍ୱାଇଁ ଗୁରୁତର

ବ୍ରହ୍ମପୁର: ଘଟଣା ଆରମ୍ଭ ହୋଇଥିଲା ସାମାନ୍ୟ ଯୁକ୍ତିତର୍କରୁ । କିନ୍ତୁ ଏହା ଶେଷ ହୋଇଛି ରକ୍ତର ଛିଟାରେ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଜିଲ୍ଲା ଜଗବନ୍ଧୁସାହିରେ । ଶାଶୁ ଏବଂ ଜ୍ୱାଇଁ ଏହି ଆକ୍ରମଣର ଶିକାର ହୋଇଛନ୍ତି । ବଳିଆ ନାମକ ଜଣେ ଯୁବକଙ୍କ ସହ ସୋନୁଙ୍କ ଶାଶୁଙ୍କର ଯୁକ୍ତିତର୍କ ଲାଗିଥିଲା । ପରେ ଘଟରାସ୍ଥଳରେ ସୋନୁ ପହଞ୍ଚିବା ପରେ ଦୁର୍ବୃତ୍ତ ପ୍ରଥମେ ତାଙ୍କ ଉପରେ ଆକ୍ରମଣ କରିଥିଲା । ଏବଂ ପରେ ଶାଶଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲା ବଳିଆ । ଫଳରେ ଜ୍ୱାଇଁ ସୋନୁ ଏବଂ ଶାଶୁ ଗୁରୁତର ଆହତ ହୋଇଥିଲେ । ତେବେ ସୋନୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିବା ବେଳେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଶାଶୁଙ୍କର ଚିକିତ୍ସା ଜାରି ରହିଛି ।

Related posts

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ

mahabharatanews

ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଇନିସପେକ୍ଟରଙ୍କ ଆତ୍ମହତ୍ୟା

mahabharatanews