ଅପରାଧ

୧୦୫ ଗ୍ରାମର ଧଳା ଜହର ଜବତ କଲା ପୋଲିସ

ଜଳେଶ୍ୱର: ବାରମ୍ବାର ବାଲେଶ୍ୱର ଅଞ୍ଚଳରୁ ଆସୁଛି ଧଳା ଜହର ବେପାରର କଳା ଚିଠା । ବାଲେଶ୍ୱର ଜିଳ୍ଲା ଜଳେଶ୍ୱର ଅଞ୍ଚଳରୁ ପୁଣି ଜବତ ହୋଇଛି ୧୦୫ ଗ୍ରାମର ବ୍ରାଉନସୁଗାର । ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦନଗର ପାଟଣା ଅଞ୍ଚଳରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଏଥିସହିତ ଗିରପ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବୁଲେଟ ମୋଟର ସାଇକେଲ ସହିତ କିଛି ନଗଦ ଟଙ୍କା ଜଳେଶ୍ୱର ପୋଲିସ ଜବତ କରିଛି । ଗିରଫ ହୋଇଥିବା ଦୁଇ ଯୁବକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ବେଳେ ସେମାନେ ବ୍ରାଉନ ସୁଗାର ନେଇ ଜଳେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ପୋଲିସ ଚଢାୁରେ ସମସ୍ତ ବ୍ରାଉନସୁଗାର ପୋଲିସ ହାତରେ ଧରା ପଡିଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related posts

ସୈତାନ ପାଲଟିଗଲା ଭାଇ, ଭଉଣୀକୁ ତଣ୍ଟି ଚିପି ହତ୍ୟା କଲା

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ବ୍ଲକର କନିଷ୍ଠ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ

mahabharatanews