ଓଡିଶା

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

(ଭୁବନେଶ୍ୱର) ; ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ରାଜ୍ୟରେ ୩ ଦିନ ଲଗାଣ ବର୍ଷାପରେ ପୁଣି ଦାନା ବାନ୍ଧୁଛି ଏକ ଲଘୁଚାପ । ୧୮ରୁ ପୁଣି ବର୍ଷିବ । ଏ ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ମାଲକାନଗିରି, କୋରାପୁଟରେ ମଧ୍ୟ ବର୍ଷିବ। ତେବେ ସେହି ଲଘୁଚାପର ପ୍ରଭାବ କେତେ ରହିବ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ।

 

Related posts

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

mahabharatanews

ଦୀପ ଜାଳି, ଶଙ୍ଖ ଫୁଙ୍କି ମହାପ୍ରଭୁଙ୍କୁ ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ଭୀଷଣ ଗ୍ରୀଷ୍ମପ୍ରବାହ : ୧୫  ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews