ଅପରାଧ

ଘରେ ପଡିଛି ୩ଟି ମୃତଦେହ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଘରୁ ଉଦ୍ଧାର ହୋଇଛି ୩ଟି ମୃତଦେହ । ମୃତକମାନେ ହେଲେ ମା’ ୨୮ ବର୍ଷୀୟା ସୋନି ପୋଦାର ଓ ୨ ଝିଅ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ସ୍ୱାମୀ ଫେରାର । ପୁଲିସ ଘଟଣାର ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାନାହିଁ ।
ଖବରରୁ ପ୍ରକାଶ, ଗଙ୍ଗାନଗର ଫାଟକପଡାରେ ନାରାୟଣ ପୋଦାର ଓ ସୋନି ପୋଦାର ୨ ଝିଅଙ୍କ ସହ ରହୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଘରଭିତରେ ସୋନି ଓ ଦୁଇ ଝିଅ ମୁସ୍କାନ ଓ ରାଧିକାଙ୍କ ମୃତଦେହ ପଡିଥିବା ଦେଖିଥିଲେ । କିନ୍ତୁ ସ୍ୱାମୀ ନାରାୟଣଙ୍କ ଖୋଜ ଖବର ନଥିଲା । ପଡୋଶୀ ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ଓ ଫେରାର ନାରାୟଣଙ୍କୁ ଖୋଜୁଛି । ମୃତ୍ୟୁର କାରଣ ଜଣାପଡିନାହିଁ । ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।

 

Related posts

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ପୋଲିସ ହାତରେ ବେଆଇନ ଲୁହାପଥର ବ୍ୟବସାୟୀ

mahabharatanews

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

mahabharatanews