ଅପରାଧ

ପେଟରେ ସୁନା ପୁରାଇ ନେଉଥିବା ବେଳେ ଚୋର ଗିରଫ

ଇମ୍ପାଲ୍: ଜଣେ ବ୍ୟକ୍ତିଙ୍କ ପୁଟରୁ ବାହାରିଲା ୯୦୦ ଗ୍ରାମର ସୁନା । ତେବେ ଏହି ସୁନା ବାହାରିଛି । ପେଟରେ ସୁନା ପୁରାଇ ନେଉଥିବା ବେଳେ ଧରିଲା ଏୟାରପୋର୍ଟରେ ସିଏସଏଫ ଓ କଷ୍ଟମ ଅଫିସର ଚୋରକୁ କାବୁ କରି ନେଇଛି । ଏକ୍ସରୁ ପେଟରେ ସୁନା ଥିବା ଜଣାପଡିଥିଲା । ଇମ୍ଫାଲ ବିମାନବନ୍ଦରରେ ସିଏସଏଫ ଏବଂ କଷ୍ଟମର ବରିଷ୍ଠ ଅଫିସର ଚୋରକୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିର ନାମ ମହମ୍ମଦ ସରିଫ । କେରଳର ବାସିନ୍ଦା । ଚୋର ଠାରୁ ୯୦୦ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୪୨ ଲକ୍ଷରୁ ଅଧିକ।
ମହମ୍ମଦର ଘର କେରଳ ରାଜ୍ୟ କୋଝିକୋଡେ ଅଞ୍ଚଳରେ । ସେ ଅପରାହ୍ନରେ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରାକରିଥିଲା । ଏୟାରପୋର୍ଟରେ ତାଙ୍କୁ ଯାଞ୍ଚ କରାଯାଉଥିବା ବେଳେ ତାର ବ୍ୟବହାର ଓ ଉତ୍ତର ସନ୍ଦେହ ସୃଷ୍ଟିକରିଥିବା ଯ।।ଞ୍ଚ ଅଧିକାରୀଙ୍କ ମନରେ । ଏହା ପରେ ତାର ଏକ୍ସରେ କରାଯାଇଥିଲା । ଏକ୍ସରେ ରେ ତା ପେଟରେ ସୁନା ଥିବା ଜଣାପଡିଥିଲା । ଚାରୋଟି ପ୍ୟାକେଟ୍ରେ ସୁନା ରଖିଥିଲା । ୯୦୮.୬୮ ଗ୍ରାମର ସୁନା ତା ପେଟରୁ ବ।।ହାରିଛି ।

 

Related posts

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

mahabharatanews

ନାବାଳିକା ବଳାକ୍ରାର, ଗର୍ଭପାତ ଘଟଣା: ଅଭିଯୁକ୍ତ ଡାକ୍ତର ଗିରଫ

mahabharatanews

ନିଜେ ଚୋର ହୋଇ ଲୁଟ ହେଇଥିବା ଅଭିଯୋଗ କଲେ

mahabharatanews