ଅପରାଧ

କୋଇଲା କିଣାରେ ମହା ଦୁର୍ନୀତି: ଆକ୍ସନ ମୋଡରେ ସିବିଆଇ

ଭୁବନେଶ୍ୱର: ଲୁହାପଥର ଓ କୋଇଲା କିଣାରେ ହୋଇଥିବା ମହା ଦୁର୍ନୀତିକୁ ନେଇ ଆକ୍ସନ ମୋଡରେ ସିବିଆଇ । ଲୁହା ପଥର ଓ କୋଇଲା କିଣାରେ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ନୂଆଦିଲ୍ଲୀରେ ଥିବା ପେକ ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ରାଜଧାନୀ ଦିଲ୍ଲୀ, ଥାଣେ, ଗୌହାଟୀ, ଗାଜିଆବାଦ ସମେତ ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି ।
କମ୍ପାନି ୫୬ କୋଟି ୮୯ ଲକ୍ଷ ୫୨ ହଜାର ୪୧୬ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆସିଛି । ଏନେଇ ଦିଲ୍ଲୀର ପେକ ଲିମିଟେଡର ତତ୍କାଳୀନ ସିଏମଡିଙ୍କ ନାଁରେ ମାମଲା ରୁଜୁ ହୋଇଛି । କମ୍ପାନିର କିଛି ଉଚ୍ଚପଦସ୍ତ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କୁ ମିଶାଇ ୧୨ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।

 

Related posts

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

କୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତି

mahabharatanews

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

mahabharatanews