ରାଜନୀତି

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବସିଲେ ଆମରଣ ଅନଶନରେ

ଲକ୍ଷ୍ମୀପୁର: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବସିଲେ ଆମରଣ ଅନଶନରେ । ବିରୋଧୀଙ୍କୁ ଅଟକ । ଲକ୍ଷ୍ମୀପୁର ଖେରିରେ ୧୪୪ ଧାରା ଜାରି ।ଏମିତି ଅନେକ କିଛି ଘଟି ଯାଇଛି ଗତ ୨୪ ଘଣ୍ଟା ମଧ୍ୟରେ ଖେରି ଅଞ୍ଚଳରେ ୮ କୃଷକଙ୍କ ମୃତ୍ୟୁ ପରେ । ଗତ କାଲି ଲକ୍ଷ୍ମୀପୁର ଖେରୀର ବାନବୀରପୁର ନିକଟରେ ହୋଇଥିବା ସଂଘର୍ଷରେ ଉତ୍କ୍ଷିପ୍ତ ଚାଷୀ ଦୁଇଟି ଏସୟୁଭିରେ ନିଆଁ ଲଗେଇ ଦେଇଛନ୍ତି ।
ପ୍ରିୟଙ୍କା ପାକ ଗେଷ୍ଟହାଉସ ସମ୍ମୁଖରେ ଆମରଣ ଅନଶନରେ ବସିବା ସହ ଭାରତୀୟ ଜନତା ପାର୍ଟି ବିରୋଧରେ ନାରାବାଜି କରିଛନ୍ତି । ଗେଷ୍ଟ ହାଉସର ଯେଉଁ କୋଠରୀରେ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି, ସେଠାରେ ସେ ଝାଡୁ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏନେଇ ୟୁପି କଂଗ୍ରେସ ଟ୍ୱିଟ କରି କହିଛି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ସେ ଆମରଣ ଅନଶନରେ ବସିଛନ୍ତି । କଂଗ୍ରେସ ପକ୍ଷରୁ ବିକ୍ଷୋଭ ଜାରି ରହିଛି । ନ୍ୟାୟ ପ।।ଇଁ ଦାବି କରି କଂଗ୍ରେସ ଏହି ଆନ୍ଦୋଳନକୁ ଆହୁରି ତିବ୍ର କରିବ ଓ ସରକାରକୁ କଂଗ୍ରେସ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ ବୋଲି କଂଗ୍ରେସ କହିଛି । ରବିବାର ଖେରୀରେ ବିଜେପି ମନ୍ତ୍ରୀଙ୍କ ପୁଅଙ୍କ ଗାଡି ଧକ୍କାରେ କୃଷକଙ୍କ ମୃତ୍ୟୁ ପରେ ଦେଖାଦେଇଥିଲା ହିଂସା । ଏହି ଘଟଣାରେ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ପ୍ରିୟଙ୍କା ଗାନ୍ଧୀ ସେଠାକୁ ଯାଉଥିବା ବେଳେ ୟୁପି ପୁଲିସ ତାଙ୍କୁ ଅଟକ ରଖିଥିଲା ।

 

Related posts

ଆଜି ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ

mahabharatanews

ନୂଆପଡା ପ୍ରଚାର ମୈଦଦାନରେ ଅଖିଳେସ ଯାଦବ, ବିଜେପି ଉପରେ ଖୁବ୍ ବର୍ଷିଲେ

mahabharatanews

ଦୋଷୀସାବ୍ୟସ୍ତ ହେବା ଉପରେ ରୋକ ଆବେଦନର ଶୁଣାଣି ମେ ୩ରେ

mahabharatanews