ଓଡିଶା

ପୁଣି ଫେରିଲେ ହାତୀପଲ : ଦଳି ଦେଲେ ଧାନ ଫସଲ

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅଞ୍ଚଳରେ ଧାନ ଅମଳ ପୂର୍ବରୁ ଚାଷୀଙ୍କୁ ଫସଲ ଚିନ୍ତା। ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଲାଣି ହାତୀ ଉପଦ୍ରବ । ଗାଁ ମୁହାଁ ହୋଇ ହାତୀ ପଲ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଅନ୍ତର୍ଗତ ହିକୁଡି ରେଞ୍ଜ ଗାଁରେ ।
ସୂଚନା ଅନୁସାରେ ହାତୀପଲ ଗାଁକୁ ଆସି ଗାଁର ଅନେକ ଚାଷୀଙ୍କ ଧାନବିଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ଛୁଆ ହାତୀ ଥିବା ଜଣାଯାଇଛି। ଖବର ପାଇ ଉଲୁଣ୍ଡା ବନ ବିଭାଗର ଅଧିକାରୀ ଶିବ ଶଙ୍କର ନାଏକ ଏବଂ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଜଗି ରହିଛନ୍ତି। ହାତୀପଲ କିଭଳି ଲୋକଙ୍କ ଧନଜୀବନ ନଷ୍ଟ ନକରି ସୁରକ୍ଷିତ ଭାବରେ ଜଙ୍ଗଳକୁ ଫେରିବେ ବନବିଭାଗ ଚେଷ୍ଟା ଜାରି ରଖିଛି । ସନ୍ଧ୍ୟା ହେଲେ ହାତୀପଲକୁ ଜଙ୍ଗଲକୁ ଘଉଡା ଯିବା ନେଇ ଉଲୁଣ୍ଡା ବନବିଭାଗ ଅଧିକାରୀ ଶିବପ୍ରସାଦ ନାଏକ ସୂଚନା ଦେଇଛନ୍ତି । ହାତୀପଲ ଉଲୁଣ୍ଡା ରେଞ୍ଜ ସ୍ଥିତ ବାଘପାଲି ଜଙ୍ଗଲରୁ ଆସିଥିବା ଜଣାପଡିଛି। ଗାଁମୁଣ୍ଡରେ ହାତୀପଲ ଦେଖି ଗ୍ରାମବାସୀ ମଧ୍ୟ ଭୟଭୀତ ଥିବା ଜଣାପଡିଛି। ତେବେ ଚାଷୀଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାପାଇଁ ଚାଷୀ ଦାବି କରୁଛନ୍ତି।

 

Related posts

ବନ୍ୟା ଆଶଙ୍କା;  ବିପଦ ସଙ୍କେତରେ ଜଳକା ନଦୀ

mahabharatanews

ହାତୀ ଆକ୍ରମଣରେ ୨ଗୁରୁତର ଆହତ 

mahabharatanews

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

mahabharatanews