ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ବରିଷ୍ଠଙ୍କ ପରେ ଦଳର କନିଷ୍ଠ ସଦସ୍ୟ ନିଜ ଅସନ୍ତୋଷ ଖୋଲାଖୋଲି ବ୍ୟକ୍ତ କରିବାକୁ ପଛେଇ ନାହାନ୍ତି । ଗୋଟିଏ ଦିନରେ ଦୁଇ ଦୁଇ ଥର କଂଗ୍ରେସ ଅଫିସ ଭଙ୍ଗାରୁଜା କରାଯାଇଛି । ଆଜି ପୂର୍ବାହ୍ନରେ ପ୍ରଥମେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ପୁଣି ସଂଧ୍ୟାରେ ମଧ୍ୟ ଭଙ୍ଗାରୁଜା ହୋଇଛି । ଏପରି କି ଏମାନେ ସେଠାରେ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେମ୍ ପ୍ଲେଟ ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନେମ୍ ପ୍ଲେଟ ଭାଙ୍ଗି ଦେଇଛନ୍ତି । କଂଗ୍ରେସ ଭବନରେ ଏହି ତୁମୁଳ କାଣ୍ଡ ଦୁଇ ଦୁଇ ଥର ହୋଇଥିଲେ ମଧ୍ୟ କେଉଁମାନେ ଏପରି କରିଛନ୍ତି
ତେବେ ଏହି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏସବୁ ଆମ କଂଗ୍ରେସ ଦଳର ରୋଗ । ହାଇକମାଣ୍ଡ ଏମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏମାନେ ଏପରି କରୁଛନ୍ତି । ବାରମ୍ବାର ଏପରି ଔଦ୍ଧତ୍ୟ ପରେ ମଧ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କ ନିରବତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଉତରାୟ ।