ରାଜନୀତି

ଗୋଟିଏ ଦିନରେ ଦୁଇ ଦୁଇ ଥର କଂଗ୍ରେସ ଅଫିସରେ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ବରିଷ୍ଠଙ୍କ ପରେ ଦଳର କନିଷ୍ଠ ସଦସ୍ୟ ନିଜ ଅସନ୍ତୋଷ ଖୋଲାଖୋଲି ବ୍ୟକ୍ତ କରିବାକୁ ପଛେଇ ନାହାନ୍ତି । ଗୋଟିଏ ଦିନରେ ଦୁଇ ଦୁଇ ଥର କଂଗ୍ରେସ ଅଫିସ ଭଙ୍ଗାରୁଜା କରାଯାଇଛି । ଆଜି ପୂର୍ବାହ୍ନରେ ପ୍ରଥମେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ପୁଣି ସଂଧ୍ୟାରେ ମଧ୍ୟ ଭଙ୍ଗାରୁଜା ହୋଇଛି । ଏପରି କି ଏମାନେ ସେଠାରେ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେମ୍ ପ୍ଲେଟ ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନେମ୍ ପ୍ଲେଟ ଭାଙ୍ଗି ଦେଇଛନ୍ତି । କଂଗ୍ରେସ ଭବନରେ ଏହି ତୁମୁଳ କାଣ୍ଡ ଦୁଇ ଦୁଇ ଥର ହୋଇଥିଲେ ମଧ୍ୟ କେଉଁମାନେ ଏପରି କରିଛନ୍ତି
ତେବେ ଏହି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏସବୁ ଆମ କଂଗ୍ରେସ ଦଳର ରୋଗ । ହାଇକମାଣ୍ଡ ଏମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏମାନେ ଏପରି କରୁଛନ୍ତି । ବାରମ୍ବାର ଏପରି ଔଦ୍ଧତ୍ୟ ପରେ ମଧ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କ ନିରବତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଉତରାୟ ।

 

Related posts

ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

mahabharatanews

ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews