ରାଜନୀତି

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା: ଭୃଗୁ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ମିଳିଛି ବିପୁଳ ସମ୍ପତ୍ତି । ଏହାକୁ ନେଇ ବିଜେପି ପକ୍ଷରୁ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ଗୋପାଳପୁର ବିଧାୟକଙ୍କ ଘରୁ ଏତେ ସମ୍ପତ୍ତି ମିଳିବା ସୂଚନା ଦେଉଛି, ଶାସକ ବିଧାୟକ କେତେ ସମ୍ପତ୍ତି ଠୁଳ କରିଛନ୍ତି । ତେଣୁ କ୍ଷମତାର ଉପଭୋଗ ପରିଥିବା ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିବାକୁ ଲୋକୟୁକ୍ତ ନିଜ ଆଡୁ ନିର୍ଦ୍ଦେଶ ଦେବାକୁ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଗୋପାଳପୁର ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଭୃଗୁ ବକ୍ସିପାତ୍ର କହିଛନ୍ତି, ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଠ ଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଦଳୀୟ ବିଧାୟକଙ୍କ ଧନାଢ୍ୟର ଗୁମର ଖୋଲି ଦେଇଛି । ଭୃଗୁ କହିଛନ୍ତି, ଖାଲି ପ୍ରଦୀପ ନୁହଁନ୍ତି, ବିଜେଡିରେ ଏମିତି ୪୦ରୁ ଅଧିକ ବିଧାୟକ ଅଛନ୍ତି, ଯେଉଁମାନେ କ୍ଷମତା ଉପଭୋଗ କରିଛନ୍ତି । ତେଣୁ ସେମାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିବାକୁ ଲୋକାୟୁକ୍ତ ନିଜ ତରଫରୁ ପଦକ୍ଷେପ ନେଇ ଭିଜିଲାନ୍ସ ଚଢାଉ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଏମାନଙ୍କ ଘରେ ଚଢାଉ ହେଲେ ବହୁଳ ଆୟ ବହିର୍ଭୂତ ସମ୍ପତ୍ତି ମିଳନ୍ତା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭୃଗୁ ବକ୍ସିପ।।ତ୍ର ।

Related posts

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ନୋଟକୁ ନେଇ ତେଜିଲା ରାଜନୀତି

mahabharatanews

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

mahabharatanews

Leave a Comment