ଓଡିଶା

ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଗତକାଲି ୪ ଆଇଏଏସଙ୍କୁ ବଦଳି କରିଛନ୍ତି । ଏଥିରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାଙ୍କ ବଦଳି ହୋଇଛି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କରାଯାଇଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗଙ୍ଗାଧର ସାହୁଙ୍କୁ ସାଧାରଣ ଅଭିଯୋଗ ବିଭାଗ ଓ ଜି.ଏ ବିଭାଗର ଅତିରିକ୍ତ ସଚିବ । ସନତ କୁମାର ମହାନ୍ତିଙ୍କୁ ଟିଇ ଆଣ୍ଡ୍ ଏସସିଇଆରଟି ନିର୍ଦ୍ଦେଶକ କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ଏହାପୂର୍ବରୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗ ଏସିଏସ୍ ଭାବରେ ଦାୟିତ୍ୱ ନେଇଛନ୍ତି ଆରକେ ଶର୍ମା । ୧୯୮୭ ବ୍ୟାଚ୍ ଆଇଏଏସ ରାଜ କୁମାର ଶର୍ମାଙ୍କୁ ଏହି ଦାୟିତ୍ୱ ଅତିରିକ୍ତ ଭାବରେ ଦିଆଯାଇଛି । ଏବେ ସେ ରାଜ୍ୟ ଏଗ୍ରିକଲଚର ପ୍ରଡକ୍ସନ୍ କମିଶନର ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏସିଏସ୍ ଭାବରେ ଦାୟିତ୍ୱ ତୁଲାଇବେ ।

Related posts

ବସ ଟ୍ରକ ମୁହାଁ ମୁହିଁ ଧକ୍କା: ତିନି ଗୁରୁତର

mahabharatanews

ଶ୍ରୀଲଙ୍କାରେ ନିର୍ମାଣ ହେବ ସୀତା ମନ୍ଦିର: କମଲନାଥ

mahabharatanews

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews