ଅପରାଧ

ଛେଳି ମୁହଁରେ ସେଲୋ ଟେପ ଲଗାଇ ଚୋରି

ଗୋପ/ ଜୟନ୍ତ ସେଠୀ: ଛେଳି ଚୋରି ସମୟରେ ବୋବାଇଲେ ଲୋକେ ଜାଣିଯିବେ । ତେଣୁ ଚୋରମାନେ ଆପଣେଇଲେ ଅଭିନବ ଉପାୟ । ଛେଳି ମୁହଁରେ ଲଗାଇଲେ ସେଲୋ ଟେପ।ହେଲେ ଦୁର୍ଭାଗ୍ୟ, ଏତେ ସବୁ କରି ମଧ୍ୟ ପୁଲିସ ହାବୁଡରେ ପଡିଗଲେ । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହି ପ୍ରକାରର ଚୋରି ଘଟଣା ଏଣେ ପୁରୀ ଜିଲ୍ଲା କାକଟପୁର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିନବ ଢଙ୍ଗରେ ଚୋରି ଉଦ୍ୟମ ବେଳେ ଚତୁର ଚୋରକୁ ଧରିବାରେ ସକ୍ଷମ ହୋଇଛି ପୁରୀ କାକଟପୁର ପୋଲିସ। ଗିରଫ ହୋଇଥିବା ଦୁଇ ଚୋର ହେଲେ କାକଟପୁର ଥାନା ସୁହାନପୁରର ମାନ ଖାଁ ଓ ତାଙ୍କର ପୁତ୍ର ରେହେମତ ଖାଁ। ଗତକାଲି ସ୍ଥାନୀୟ ଅଞ୍ଚଳରୁ ଚୋରି କରୁଥିବା ବେଳେ ଲୋକମାନେ ଦେଖିଥିଲେ। ସଂଗେ ସଂଗେ କାକଟପୁର ପୋଲିସ ପହଂଚି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Related posts

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews

ଜେଲରେ ଅନୁତାପ କରୁଛି କି ଶିବ ?

mahabharatanews

ବ୍ୟବସାୟୀ ଅପହରଣ ଓ ଦାଦାବଟି ଆଦାୟ ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ତଡିପାର କରିବ ପୁଲିସ

mahabharatanews