ଅପରାଧ

ତେଲ ଟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଏନସିବି ହାବୁଡରେ ଚାଲାଣକାରୀ

ଭୁବନେଶ୍ବର: ଗଞ୍ଜେଇ ଚାଲାଣ ଉପରେ ପୁଲିସ ଯେତିକି କଡା ନଜର ରଖୁଛି ଚାଲାଣକାରୀ ସେତିକି ନୂଆ ନୂଅ।। ଉପାୟ ବାହାର କରୁଛନ୍ତି । ତେଲ ଟାଙ୍କରରେ ହେଉଛି ଗଞ୍ଜେଇ ଚାଲାଣ । ଏକ ତେଲ ଟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ରସୁଲଗଡ ନିକଟରେ ଏନସିବି ହାବୁଡରେ ପହିଛନ୍ତି ଚାଲାଣକାରୀ । ଏନସିବି ଟ୍ୟାଙ୍କର ଜବତ କରିବା ସହ ସେଥିରେ ଥିବା ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିଲା।
ବିଶେଷ ସୂତ୍ରରୁ ଏନସବିକୁ ଖବର ମିଳିଥିଲା କି ଟାଙ୍କର ଯୋଗେ ଗଞ୍ଜେଇ ଚାଲାଣ ହେଉଛି । ସୂଚନା ପାଇ ଭୁବନେଶ୍ବର ରସୁଲଗଡ ଛକ ନିକଟରେ ଏନସିବି ଚେକିଂ ଚଳାଇଥିଲା । ଏକ ତେଲ ଟାଙ୍କରକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଗଞ୍ଜେଇର ଓଜନ ଅଢେଇ କ୍ୟୁଣ୍ଟାଲ ହେବ । ଘଟଣାରେ ଏନସିବି ଡ୍ରାଇଭର ସହ ୨ ଜଣଙ୍କୁ ଗିରଫ କରିଛି । ଟାଙ୍କରଟି ପଞ୍ଚିମ ବଙ୍ଗର । ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି ।

 

Related posts

ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ନିର୍ମମ ହତ୍ୟା

mahabharatanews

ନିଷ୍ଠୁର ସାଜିଲେ ବାପା ମା

mahabharatanews

ଗଣେଶ ମୂର୍ତ୍ତି ଭସାଣୀରେ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

mahabharatanews