ଓଡିଶା

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି: ତୈଳଦର ଉପରୁ ୩ ଟଙ୍କା ଭାଟ ହ୍ରାସ

ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଆଜି ରାଜ୍ୟ ସରକାର ତୈଳ ଦର ଉପରୁ ୩ ଟଙ୍କା ଶୁଳ୍କ (ଭାଟ୍) ହ୍ରାସ କରି ରାଜ୍ୟବାସୀଙ୍କୁ ଦେଇଛନ୍ତି ଦୀପାବଳି ଭେଟି । ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଦାମ ସେହି ଅନୁପାତରେ ହ୍ରାସ ପାଇବ ବୋଲି ଉତ୍କଳ ପେଟ୍ରୋଲୟିମ ଡିଲର ଆସୋସିଏସନ ପକ୍ଷରୁ କୁହାଯାଇଛି। ଏହି ନୂତନ ଦର ଆଜି ମଧ୍ୟରାତ୍ରୀରୁ ଅର୍ଥାତ୍ ୫ ତାରିଖରୁ ଲାଗୁ ହେବ ।
ରାଜ୍ୟ ସରକାର ଭାଟ୍ ହ୍ରାସ କରିବା ଫଳରେ ରାଜ୍ୟ ବର୍ଷକୁ ୨୦୦ କୋଟି ଟଙ୍କା କ୍ଷତି ସହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ବୋଝ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ ବୋଲି ସୂଚନା ମିଳିଛି । ଏହି ପରୀପ୍ରେକ୍ଷୀରେ ରାଜ୍ୟସରକାରଙ୍କୁ ମୋଟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ଅପରପକ୍ଷରେ ତୈଳ ଦର ଉପରେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ପ୍ରକାର ଆଶ୍ୱସ୍ତି ଅଣିଦେଇଛି।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲରେ ୧୦ ଟଙ୍କା ହ୍ରାସ କରିଥିଲେ। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। ଫଳରେ ଗୁରୁବାର ତୈଳ ଦର ପେଟ୍ରୋଲ ୧୦୪.୯୧ ଟଙ୍କା ଏବଂ ଡିଜେଲ ୯୪.୫୧ ଟଙ୍କା ରେ ବିକ୍ରି ହେଉଥିବା ତୈଳ ନିଗମ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଥିଲା। ଗତକାଲି କେନ୍ଦ୍ର ସରକାର ଶୁଳ୍କ ହ୍ରାସ କଲା ପରେ ଅନେକ ରାଜ୍ୟ ଭାଟ୍ ଭାଟ୍ ହ୍ରାସ କରିଥିଲେ

Related posts

ଗାମୁଛାରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

mahabharatanews

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମରେ ଥାନାରେ ଅଭିଯୋଗ

mahabharatanews

ବଢିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି

mahabharatanews