ଓଡିଶା

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

ଟୁକୁନା ଖୁରା/ନବରଙ୍ଗପୁର: ଦେଶ ଆଲୋକର ପର୍ବ ଦୀପାବଳି ଧୁମ୍ ଧାମରେ ପାଳନ କରୁଥିବାବେଳେ ଆମ ଦେଶର ସୈନିକ ମାନେ ପାରିବାରିକ ସୁଖ ଛାଡ଼ି ସୀମାରେ ପ୍ରହରା ଦେଉଛନ୍ତି । ସେମାନଙ୍କ ବଳିଦାନ ପାଇଁ ଆମେ ଆଜି ଶାନ୍ତି ରେ ବଞ୍ଚିପାରୁଛୁ । ସେହିପରି ଆଉ ଜଣେ ସୈନିକ ଙ୍କୁ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ ନିୟୋଜିତ ଅଧିକାରୀ ପ୍ରମୋଦ କୁମାର ନାୟକ । ଗତକାଲି ସେ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି ।ପରିବାର ସହ ଦୀପାବଳି ନ ପାଳି ସୁରକ୍ଷା କର୍ମୀ ଭାବେ ଗରିବ, ଅସହାୟ, ଦୁଃଖୀ ଲୋକମାନଙ୍କ ସହ ଦୀପାବଳି ପାଳନ କରି ସେମାନଙ୍କୁ କମ୍ବଳ ବାଣ୍ଟି ଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ମହାନ କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related posts

ପୋଲିସକୁ ଦେଖି ଦ୍ରୁତ ଗତିରେ ଗାଡ଼ି ଚଳାଇବା ବେଳେ ଓଲଟିଲା ଗୋରୁ ବୋଝେଇ ଗାଡ଼ି…

mahabharatanews

ଖୋର୍ଦ୍ଧା ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

mahabharatanews

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews