ଭାରତ

ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଶିଶୁଙ୍କ ମୃତ୍ୟୁ

ଭୋପାଲ: ଭୋପାଲସ୍ଥି ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସରକାରୀ ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ଡର୍ଜନରୁ ଅଧିକ ନବଜାତକ ନିଆଁରେ ପୋଡିଯାଇଥିବା ବେଳେ ଅନେକଙ୍କ ସ୍ଥିତି ଗମ୍ଭୀର ରହିଛି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱାସ ସାରଙ୍ଗୀ ମଙ୍ଗଳବାରର ସକାଳୁ ହସ୍ପିଟାଲ ଗସ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୩୪ ନବଜାତକଙ୍କ ଚିକିତ୍ସା ଚାଲିଛି ।
ଭୋପାଲର ସବୁଠାରୁ ବଡ ସରକାରୀ ହସ୍ପିଟାଲ ହମିଦିୟା ପରିସରରେ ଥିବା କମଳା ନେହରୁ ଗ୍ୟାସ ଚିକିତ୍ସା ହସ୍ପିଟାଲ ରହିଛି । ହସ୍ପିଟାଲରେ ସୋମବାର ରାତି ପ୍ରାୟ ୯ଟା ବେଳେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ତୃତୀୟ ମହଲାରେ ଥିବ।। ଶିଶୁ ୱାର୍ଡର ଆଇସିୟୁରେ ନିଆଁ ଲାଗିଥିଲା । ସେତେବେଳେ ଆଇସିୟୁରେ ୪୦ ଶିଶୁଙ୍କ ଚିକିତ୍ସା ଚାଲିଥିଲା । ନିଆଁ ସର୍ଟ ସର୍କିଟରୁ ଲାଗିଥିବା ବେଳେ ପେଡିଆଟ୍ରିିକ ଭେଣ୍ଟିଲେଟର ନିଆଁକୁ ବ୍ୟାପ୍ତ କରିଥିଲା ।

 

Related posts

ଭାକ୍ସେଭେରିଆ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର ଘୋଷଣା 

mahabharatanews

ଆମ୍ବୁଲାନ୍ସକୁ ପିଟିଲା ଟ୍ରେନ

mahabharatanews

ଟ୍ରେନ ଦୁର୍ଘଟଣା : ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

mahabharatanews