ଭାରତ

ଆଜିଠୁ ବିଦେଶ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

(ବିହାର) : ବିହାରରେ ଆସନ ବୁଝାମଣା ନେଇ ଏନଡିଏର ସହଯୋଗୀ ଦଳମାନେ ଏପର୍ଯ୍ୟନ୍ତ କୌଣସି ସହମତିରେ ପହଞ୍ଚି ପାରିନାହାନ୍ତି । ସେପଟେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସହଯୋଗୀ ବିଜେପି ଉପରେ ଚାପ ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଭଙ୍ଗ କରିପାରନ୍ତି । ଲୋକସଭା ନିର୍ବାଚନରେ ଆସନ ବଣ୍ଟନରେ ବିଳମ୍ବ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ନୀତୀଶ କୁମାର ଆଜିଠୁ ବିଦେଶ ଗସ୍ତରେ ଯିବେ ।

ସୂଚନାନୁଯାୟୀ , ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେଲେ ନୀତୀଶଙ୍କ ଦଳ ଆସନ ବୁଝାମଣାରେ ଫାଇଦା ପାଇପାରିବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ୧୭ଟି ଆସନରେ ଲଢ଼ିଥିଲା ।

Related posts

ବ୍ରିଟେନରେ ରାଘବ ଚଢା 

mahabharatanews

ମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତ

mahabharatanews

ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L

mahabharatanews