ଓଡିଶା

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ନିଖୋଜ ଥିଲେ ଖୋଦ୍ଦାର ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ । ଏବେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ଖୋର୍ଦ୍ଧାର ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁ ପେନସନ କାମରେ ବୁଧବାର ବାଣପୁର ବ୍ଲକ୍ ଲହଙ୍ଗାଡିହ ସ୍ଥିତ ନିଜ ବାସଭବନରୁ ଖୋର୍ଦ୍ଧା ଯାଇଥିଲେ ମଧ୍ୟ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ ।
ଗୁରୁବାର ଜଙ୍କିଆ ଥାନା ମୋଟା କାଜୁ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ବେକ ଓ ପେଟରେ ଆଘାତ ଲାଗିଥିବା ବେଳେ ସେ ଅଚେତ ପଡିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

Related posts

ଲକ୍ ଡାଊନ୍ ଅବମାନନାକାରୀଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠା

mahabharatanews

କାଳବୈଶାଖୀ : ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

mahabharatanews