ଭୁବନେଶ୍ୱର: ଟିକସ ଠକ ଫର୍ଣ୍ଣିଚର ସୋରୁମ ଉପରେ ଚଢାଉ । ୧୫ଟି ବଡ ଫର୍ଣ୍ଣିଚର ସୋରୁମର ଉପରେ ଜିଏସଟି ଚଢାଉ ହୋଇଛି । । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ ବି ଚାଲିଛି ରେଡ୍ ।
ବିଭିନ୍ନ ଜିଲ୍ଲାର ବଡ ବଡ ସହରରେ ଥିବା ପ୍ରତିଷ୍ଠିତ ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍ର ୩୦ଟି ସ୍ଥାନର ଜିଏସଟି ଚଢାଉ ଚାଲିଛି । ଉଭୟ ଲୁହା ଫର୍ଣ୍ଣିଚର ସୋ’ରୁମ୍ ଓ କାଠ ବଡ଼ ଫର୍ଣ୍ଣିଚର ସୋ’ରୁମରେ ଏଥିରେ ରହିଛି । ଚଢାଉରେ ବ୍ରହ୍ମପୁରର ଶାରଳା ଫର୍ଣ୍ଣିଚର ସୋରୁମ ସହ ବଲାଙ୍ଗୀର କଣ୍ଟାବାଞ୍ଝିର ରାଜୀବ ଅଗ୍ରୱାଲଙ୍କ ଆର୍କେ ଟ୍ରେଡର୍ସର ପ୍ଲାଇଉଡ ଦୋକାନ ଓ ଗୋଦାମ ଉପରେ ମଧ୍ୟ ଚଢଉ ହୋଇଛି। ସେହିପରି ସମ୍ବଲପୁର ସହରର ଏକ ଫର୍ଣ୍ଣିଚର ଗୋଦାମରେ ଜିଏସଟି ପକ୍ଷରୁ ରେଡ୍ । ଏକାଥରକେ ସହରର ୫ ଗୋଟି ସ୍ଥାନରେ ରେଡ ଚାଲିଥିବାବେଳେ ଜିଏସଟି ଟିକସ ଫାଙ୍କିଥିବା ଅଭିଯୋଗରେ ଚାଲିଛି ରେଡ୍ । ସହରର ମୁଦିପଡା ଗୋଟିଏ ସ୍ଥାନରେ ଓ ଅଇଁଠାପାଲିର ଦୁଇଟି ସ୍ଥାନ ସମେତ ଜିଏସଟି ପକ୍ଷରୁ ୫ଟି ସ୍ଥାନରେ ଯାଂଚ ଚାଲିଥିବା ସୂଚନା ମିଳିଛି । ତେବେ ଏପର୍ୟ୍ୟନ୍ତ କୌଣସି ସବିଶେଷ ତଥ୍ୟ ମିଳି ପାରିନାହିଁ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।
