ଅପରାଧ

୨ ଅପରାଧୀଙ୍କୁ ଏନକାଉଣ୍ଟର

ଭଦ୍ରକ: ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାର ଜଡିତ ୨ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ଭଦ୍ରକ ପୁଲିସ । ଭଦ୍ରକ ଜିଲ୍ଲାର ବରପଦା ନିକଟରେ ହୋଇଛି ଏନକାଉଣ୍ଟର । ଏନଆଉଣ୍ଟ ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୁଲିସ ।
ସୋର ଅଞ୍ଚଳର ପ୍ରହ୍ଲାଦ ଦାସ, ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ଚରମ୍ପା ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟରେ ସମ୍ପୃକ୍ତ ଥିବା ୬ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି ।

 

Related posts

ପିହୁକୁ ଖୋଜିବାରେ ପୁଲିସ ବିଫଳ: ବାପା ମା’ଙ୍କ ଶେଷ ଆଶା ନବୀନ ନିବାସ  

mahabharatanews

ଗଞ୍ଜେଇ ବୋଝେଇ କାର ଉପରେ ପୋଲିସର ଚଢାଉ

mahabharatanews

ନିଜ ଘରୁ ଆଇଏଏସଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

mahabharatanews