ଭାରତ

ଏୟାର ମାର୍ଶାଲ ମାନବେନ୍ଦର ସିଂହ କରିବେ ହେଲି ଦୁର୍ଘଟଣାର ତଦନ୍ତ

ନୂଆଦିଲ୍ଲୀ: କୁନ୍ନୁର ହେଲିକାପ୍ଟର ଦୁର୍ଘଟଣାର ଆରମ୍ଭ ହୋଇଛି ତ୍ରିସର୍ଭିସ୍ତରୀୟ ତଦନ୍ତ । ବୁଧବାର ମଧ୍ୟାହ୍ନରେ ଭାରତୀୟ ବାୟୁସେନାର ଏମଆଇ ସିରିଜର ହେଲିକାପ୍ଟର କ୍ରାସ ହେବାରୁ ୧୩ ଜଣଙ୍କ ଜୀବନ ଯାଇଛି । ଏହି ହେଲିକପ୍ଟରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ଥିଲେ । ଏହି ହେଲିକ୍ରାପ୍ଟ କ୍ରାସର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବାୟୁସେନା । କାଲିଠାରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତଦନ୍ତ ଏୟାର ମାର୍ଶଲ ମାନବେନ୍ଦର ସିଂହଙ୍କ ନେତୃତ୍ୱରେ ହେଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ତଦନ୍ତ ନିର୍ଦ୍ଦେଶ ପରେ ଏୟାର ମାର୍ଶାଲ ମାନବେନ୍ଦର ସିଂହଙ୍କ ଟିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏୟାର ମାର୍ଶଲ ମାନବେନନ୍ଦର ନିଜେ ଜଣେ ଦକ୍ଷ ପାଇଲଟ । ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ଆଜି ବ୍ଲାକ ବକ୍ସ ଠାବ ହୋଇଛି । ବ୍ଲାକ୍ ବକ୍ସ ଯାଞ୍ଚ ପରେ ଘଟଣା ସମ୍ପର୍କରେ ଜଣାପଡିବ । ଦୁର୍ଘଟଣା ଖରାପ ପାଗ ପାଇଁ ନାଁ ବୈଷୟିକ ତ୍ରୁଟିରୁ ଏପରି ଘଟଣା ଘଟିଥିବା ଜଣାପଡିବ ଯାଞ୍ଚ ପରେ ।
ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

Related posts

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ 

mahabharatanews

ବୃନ୍ଦାବନ: ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

mahabharatanews

ବହୁ ବିବାଦ ପରେ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’

mahabharatanews