ଭାରତ

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ ସାଂଘାତିତ ହେବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ନେଇ କେନ୍ଦ୍ର ଲେଖିଛି ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପର୍ୟ୍ୟାପ୍ତ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ କହିଛନ୍ତି, ୪୮ ଘଣ୍ଟାର ଅକ୍ସିଜେନ ବଫର୍ ଷ୍ଟକ ରଖନ୍ତୁ। ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ । ସବୁ ଡାକ୍ତରଖାନାରେ ପର୍ୟ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖାଯାଉ । ଜିଲ୍ଲା ସବୁରେ ଅକ୍ସିଜେନ କନ୍ସେନ୍ଟ୍ରେଟର୍ ବ୍ୟବସ୍ଥା କରାଯାଉ ।
ଦେଶରେ ଏବେ କରୋନା ସଂକ୍ରଣ ଉତ୍କଟ ରୂପ ଧାରଣ କରିଛି। ଦୈନିକ କରୋନାଭାଇରସ୍ ମାମଲା ପୁଣି ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ୧.୯୪,୭୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ତୁଳନାରେ ଆଜି ନୂଆ ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି ଘଟିଛି। ମଙ୍ଗଳବାର ୧.୬୮ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୪୨ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪,୮୪,୬୫୫କୁ ବୃଦ୍ଧି ପାଇଛି।

Related posts

ହସିନାଙ୍କୁ ଫେରାଇବାକୁ ଦାବି କରିଛି ବାଂଲାଦେଶ, ଚିଠି ଲେଖି ପ୍ରତ୍ୟପଣ ପାଇଁ କଲା ଅନୁରୋଧ

mahabharatanews

୨୯ରେ ହେବ କେଜ୍ରିୱାଲଙ୍କ ଶୁଣାଣି

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨,୩୮୦ କରୋନା ସଂକ୍ରମିତ ଚିନ୍ହଟ

mahabharatanews