ଭାରତ

‘ଶୁକ୍ର ମିଶନ’ ପାଇଁ ପ୍ରସ୍ତୁତ ହେଉଛି ‘ଇସ୍ରୋ’ 

(ଦିଲ୍ଲୀ) : ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ ବର୍ତ୍ତମାନ ‘ଶୁକ୍ର ମିଶନ’ ପାଇଁ ପ୍ରସ୍ତୁତ ହେଉଛି ‘ଇସ୍ରୋ’ । ଏନେଇ ଏସ ସୋମନାଥ କହିଛନ୍ତି ଯେ ସୌର ମଣ୍ତଳରେ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ରରେ ରିସର୍ଚ୍ଚ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ଆରମ୍ଭ ହେବାକୁ ଥିବା ଏହି ମିଶନ ପାଇଁ ପେ ଲୋଡ୍ ବିକଶିତ ହୋଇସାରିଛି। ଦିଲ୍ଲୀର ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀକୁ ସମ୍ବୋଧିତ କରିବା ବେଳେ ଇସ୍ରୋ ମୁଖ୍ୟ ଏନେଇ ସୂଚନା ଦେଇଥିଲେ ।

ସୂଚନାନୁଯାୟୀ , ତେବେ ଆଗକୁ ଇସ୍ରୋ ଅନେକ ଗ୍ରହ ଉପରେ ଗଣେଷଣା ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିସାରିଛି । ହେଲେ ବର୍ତ୍ତମାନ ଇସ୍ରୋ ଶୁକ୍ର ଗ୍ରହ ଉପରେ ରିସର୍ଚ୍ଚ କରିବ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଏଥିପାଇଁ ପେଲୋଡ୍ ଗୁଡିକ ବିକଶିତ ହୋଇସାରିଛି । ସୋମନାଥ ଆହୁରି କହିଛନ୍ତି ଯେ, ଶୁକ୍ର ଏକ ଆକର୍ଷଣୀୟ ଗ୍ରହ ଏବଂ ଏହାର ଆବିଷ୍କାର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ।

Related posts

ଆଜି ସନ୍ଧ୍ୟାରେ ଇତିହାସ ରଚିବ ଭାରତ

mahabharatanews

‘ରାହୁଲ ଏବେ ବାହା ହୋଇ ଯାଅ, ଆମେ ବରଯାତ୍ରୀ ଯିବୁ’ :ଲାଲୁ ଯାଦବ

mahabharatanews

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews