ଓଡିଶା

ଆଉ ୨ ମାସ ରହିବ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ର ହେବାରେ ଲାଗଇଛି । ତେବେ ଏହି ପ୍ରିକ୍ରିୟା ଆଉ ୨ ମାସ ରହିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ତେବେ ପଜିଟିଭ ରେଟ ଅଧିକ ରହିଥିଲେ ମଧ୍ୟ ମୃତ୍ୟୁ ହାର କମ ରହିଛି । ଏହା ବ୍ୟତୀତ ଆକ୍ରାନ୍ତଙ୍କ ମେଡିକାଲ ଭର୍ତ୍ତି ଆବଶ୍ୟକତା କମ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ହସ୍ପିଟାଲ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।
ସେହିପରି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜୋରସୋରରେ ଟିକାକରଣ ଚାଲିଛି । ଘରକୁ ଘର ବୁଲି କେଉଁମାନେ ପ୍ରଥମ ଡୋଜ ନେଇ ନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଊଛି । ଚଳିତ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ବ୍ଲକବାରି ୧୦ ମୋବାଇଲ ଭ୍ୟାକ୍ସିନେସନ କ୍ଲିନିକ କରାଯାଇଛି ।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

mahabharatanews

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..

mahabharatanews

କୋଟା: ୨ ଦିନରେ ୯ ଶିଶୁଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

mahabharatanews